www.samajalive.in
Monday, December 15, 2025
24.1 C
Bhubaneswar

ସଡ଼କ ସୁରକ୍ଷା ସଚେତନତାରେ ସହଭାଗୀ ହେବେ ପୂଜା କମିଟି, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି

କଟକ/ଭୁବନେଶ୍ୱର : ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ । ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ସାହି ମୁରବିଙ୍କୁ ମଧ୍ୟ ଅନୁରୋଧ କରାଯିବ । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।

ଚିଠିରେ ପରିବହନ ଆୟୁକ୍ତ ଉଲ୍ଲେଖ କରିଛନ୍ତି, ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଏହି ସମୟରେ ଅନେକ ଲୋକଙ୍କ ପାଖରେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ମାନଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର ପାଇଁ ଅନୁରୋଧ କରାଯାଇ ପାରିବ। ସେ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି । ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ପାଇଁ ନିୟମ ପାଳନର ଗୁରୁତ୍ୱ ସଂପର୍କରେ ବାର୍ତ୍ତା ପ୍ରଦର୍ଶିତ ହେବ । ପୂଜା କମିଟି ମାନେ ବିଭିନ୍ନ ଉପାୟରେ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇପାରିବେ । ସେହିଭଳି ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଦର୍ଶକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଅନୁରୋଧ କରାଯାଇପାରିବ । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ଏହି ବିଷୟରେ ଆଲୋଚନା କରିବାକୁ କୁହାଯାଇଛି ।

- Advertisement -

ଏହାସହ ପୂଜା କମିଟିର ବରିଷ୍ଠ ସଦସ୍ୟମାନେ ସାଧାରଣତଃ ସାହି ମୁରବି ଭାବରେ ସମ୍ମାନ ପାଆନ୍ତି । ସେମାନଙ୍କ କଥାକୁ ଯୁବପିଢ଼ିମାନେ ପାଳନ କରିଥାନ୍ତି । ତେଣୁ ପୂଜା ପରେ ମଧ୍ୟ ନିଜ ଅଞ୍ଚଳକୁ ସଡ଼କ ଦୁର୍ଘଟଣାମୁକ୍ତ କରିବା ଦିଗରେ ସେମାନେ ଉଦ୍ୟମ କରିପାରିବେ । କେବଳ ଦୁର୍ଗା ପୂଜା ନୁହେଁ, ସମସ୍ତ ପ୍ରମୁଖ ପର୍ବପର୍ବାଣିରେ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାରକୁ ଗୁରୁତ୍ୱ ଦେବାକୁ ପରିବହନ ଆୟୁକ୍ତ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ଓ ଏସପି ମାନେ ଏ ଦିଗରେ ପୂଜା କମିଟିମାନଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନେ ସକ୍ରିୟ ଭାବରେ ଏହି ଅଭିଯାନରେ ସାମିଲ ହୋଇ ଅଧିକରୁ ଅଧିକ ଲୋକଙ୍କ ପାଖେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories