www.samajalive.in
Monday, December 15, 2025
16.1 C
Bhubaneswar

କାଥଲିକ୍ ଚର୍ଚ୍ଚରେ ଆଧ୍ୟାତ୍ମିକ ପଟା ଧ୍ୟାନ ଉଦଯାପିତ

ରାଇକିଆ: ରାଇକିଆ କାଥଲିକ୍ ଚର୍ଚ୍ଚ ପ୍ରାଙ୍ଗଣରେ ଖ୍ରୀଷ୍ଟ ଧର୍ମାବଲାମ୍ବୀଙ୍କ ତିନିଦିନିଆ କାରିସ୍ ମାଟିକ୍ (ଆଶ୍ଚର୍ଯ୍ୟ କର୍ମ) ଆଧ୍ୟାତ୍ମିକ ପଟା ଧ୍ୟାନ ଆଜି ଉଦଯାପିତ ହୋଇଛି। ୬୦ଟି ମଣ୍ଡଳୀ (ଡିନେରୀ) ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେରଳରୁ ଯାଜକ ସାଜିଙ୍କ ଗୃପରେ ବହୁ ଯାଜକ, ସେବା ଭଗ୍ନି ପବିତ୍ର ବାଇବଲ ପଠନ କରି ଅସୁସ୍ଥତା ଲୋକଙ୍କ ପାଇଁ ସାମୁହିକ ପ୍ରାର୍ଥନା କରି ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଧର୍ମ ଯାଜକ ପ୍ରୋଦଷ ଚନ୍ଦ୍ର ନାୟକ, ମନୋଜ ନାୟକ, ସନାତନ ପ୍ରଧାନ ଆୟୋଜନ କରିଥିଲେ‌। ମଧ୍ୟାହ୍ନରେ ଏକ ସ୍ଵତନ୍ତ୍ର ଦିବ୍ୟ ଯଜ୍ଞରେ ସମସ୍ତ ଧର୍ମ ଯାଜକ ଯୋଗ ଦେଇ ଅଂଚଳ ତଥା ସାରା ବିଶ୍ୱ ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ। ଖ୍ରୀଷ୍ଟ ବିଶ୍ୱାସୀ ସେମାନଙ୍କ ପରିବାରର ମନସ୍କାମନା ପୁରଣ ବିଭିନ୍ନ ଫଳ ସାମଗ୍ରୀ, ମହମବତୀ ପ୍ରଭୁ ଯୀଶୁଙ୍କୁ ଭେଟି ଅର୍ପଣ କରିଥିଲେ। ସମସ୍ତ ଡିନେରି ସେବା ଭଗ୍ନିଙ୍କ ସହ ମଦର ଟେରେସା ସଂଘ ସେବା ଭଗ୍ନି ମଧ୍ୟ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ଯାଜକ ପୁରୁଷୋତ୍ତମ ନାୟକ, ଜେରମ ନାୟକ, ଭଞ୍ଜ କିଶୋର ନାୟକ, ଶୁଶାନ୍ତ ପ୍ରଧାନ, କମିଟିର ସମସ୍ତ କର୍ମ କର୍ତ୍ତା, ପ୍ରଚାରକ ସମୁହ ସହଯୋଗ କରିଥିଲେ। କନଭେଣ୍ଟ୍ ସେବା ଭଗ୍ନି ଯଜ୍ଞ ବେଦି ସାଜସଜ୍ଜା କରି ଥିଲେ। ବିଭିନ୍ନ ମଣ୍ଡଳୀର ଯୁବ, ଯୁବତୀ ଗୋଷ୍ଠୀ ଯଜ୍ଞି କାଳିନ ଭକ୍ତି ସଙ୍ଗିତ ପରିବେଷଣ କରିଥିଲେ। ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଉପସ୍ଥିତ ଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories