ଧବଳେଶ୍ଵର କପ୍ କ୍ରିକେଟ, କୁମାରବସ୍ତ ଚମ୍ପିୟାନ

ଆଠଗଡ: ଆଠଗଡର ଭେଟେରାନ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଧବଳେଶ୍ଵର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରତିପକ୍ଷ ଢେଙ୍କାନାଳର ସୁର ପ୍ରତାପ କ୍ଲବକୁ ହରାଇ କୁମାରବସ୍ତର ରାଇଜିଂ ଷ୍ଟାର କ୍ଲବ ଚମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିବା ଖୋର୍ଦ୍ଧା କୁମାରବସ୍ତର ରାଇଜିଂ ଷ୍ଟାର କ୍ଲବ ନିର୍ଦ୍ଧାରିତ ୨୦ ଓଭର ମଧ୍ଯରେ ୮ ଉଇକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା । ୧୭୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଢେଙ୍କାନାଳର ସୁର ପ୍ରତାପ କ୍ଲବ ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଫଳରେ ୪୩ ରନ୍ ବ୍ୟବଧାନରେ ବିଜୟୀ ହୋଇ ସୁର ପ୍ରତାପ କ୍ଲବ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା ଫାଇନାଲ ମ୍ୟାଚଟିକୁ ମନୋରଞ୍ଜନ ମହାନ୍ତି ଓ ଅଲୁପ ଦାଶ ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ଫାଇନାଲ ମ୍ୟାଚରେ କୁମାରବସ୍ତର ଆଲୋକ ସାହୁ ମ୍ୟାନ ଅଫ ଦ ମ୍ୟାଚ, ସୁର ପ୍ରତାପ କ୍ଲବର ଲକ୍ଷ୍ମୀଧର ସାହୁ ଶ୍ରେଷ୍ଠ ବ୍ୟାଟସମ୍ୟାନ, କୁମାରବସ୍ତର ସି ଏସ କାନୁନଗୋ ଶ୍ରେଷ୍ଠ ବୋଲର, କୁମାରବସ୍ତର ରାକେଶ ସାହୁ ଶ୍ରେଷ୍ଠ ଉଇକେଟ ରକ୍ଷକ ଏବଂ ସୁର ପ୍ରତାପ କ୍ଲବର ବିକାଶ ରାଉତ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଆୟୋଜକ ଦଳର ସଭାପତି ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ବିଜେପି ନେତା ଅଭୟ କୁମାର ବାରିକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଭାକର ପଟ୍ଟନାୟକ, ସଦାନନ୍ଦ ପଟ୍ଟନାୟକ, କ୍ରୀଡା ସଂଗଠକ ସୋମନାଥ ଭକ୍ତା ଓ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଦୀପକ ଦାସ, ବିପ୍ଳବ ଦାସ, ସରିତେନ୍ଦୁ ମହାନ୍ତି, ଗଗନ ବିହାରୀ ସ୍ୱାଇଁ, ମନୋଜ ଦେ, ବିବେକ ପ୍ରଧାନଙ୍କ ସମେତ ଭେଟେରାନ କ୍ରିକେଟ ଆସୋସିଏସନର ଅନ୍ଯ ସମସ୍ତ ସଦସ୍ଯ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.