www.samajalive.in
Sunday, December 14, 2025
19.1 C
Bhubaneswar

ଆନ୍ଧ୍ରରେ ସଡ଼କ ଦୁର୍ଘଟଣା, ୨ ଓଡିଆ ଯୁବକ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ପାର୍ଶ୍ଵ ଆନ୍ଧ୍ର ପ୍ରଦେଶ ଇଚ୍ଛାପୁର ସାନ୍ତାପେଟା ଭୁବନେଶ୍ଵରୀ ମାତା ମନ୍ଦିର ପୁରୁଣା ହାଟ ଛକ ନିକଟରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ଓଡ଼ିଆ ଯୁବକ ହେଲେ ପାତ୍ରପୁର ବ୍ଳକ ଜୟନ୍ତୀପୁର ପଞ୍ଚାୟତ ବୋରିବାଡ ଗ୍ରାମର କେ କାର୍ତ୍ତିକ (୨୦) ଏବଂ ସମନ୍ତିଆପଲ୍ହି ପଞ୍ଚାୟତ ବଣସୋଲା ଗ୍ରାମର ଇଶୁରୁ ବିନୋଦ (୨୫)। ଦୁହେଁ ଦୁଇଟି ବାଇକ ଯୋଗେ ଇଚ୍ଛାପୁର ଯାଇଥିବା ବେଳେ ଭୁବନେଶ୍ଵରୀ ମାତା ମନ୍ଦିର ନିକଟରେ ଇଚ୍ଛାପୁର ପଟରୁ ଏକ ବାଇକ ଦୃତ ଗତିରେ ଯାଇ ଡିଭାଇଡରରେ ପିଟି ହୋଇ ଅପର ପାର୍ଶ୍ଵରେ ଯାଉଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା। ଫଳରେ ଉଭୟେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ଇଚ୍ଛାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଆନ୍ଧ୍ର ଇଚ୍ଛାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories