www.samajalive.in
Sunday, December 14, 2025
19.1 C
Bhubaneswar

ଯୌନ ନିର୍ଯାତନା ଅଭିଯୋଗରେ ଆଇନଜୀବୀ ଗିରଫ

ବାସୁଦେବପୁର : ଯୌନ ଉତ୍ପୀଡନ ଅଭିଯୋଗରେ ଆଇନଜୀବୀ ଗିରଫ । ଏମିତି ଘଟଣା ବାସୁଦେବପୁର ପୈାରପାଳିକାରେ ଥିବା ସଙ୍ଗୀତ କଳା ପରିଷଦରେ ଦେଖିବାକୁ ମିଳିଛି । ସୁରେଶ୍ୱରପୁର ଗ୍ରାମର ଜଣେ ନାବାଳିକା ଓଡ଼ିଶୀ ନୃତ୍ୟ ଶିଖିବାକୁ ଆସିଥିବା ବେଳେ ସଂପାଦକ ତଥା ଆଇନଜୀବୀ ବିଜୟକୁମାର ରାୟ ନାନାଦି ଅସଦାଚରଣ କରିଥିବାବେଳେ ନାବାଳିକା ଜଣକ ଖସି ପଳାଇଯିବାକୁ ଉଦ୍ୟମ କରି ଜୋରରେ ପାଟି କରିଥିଲେ । ପରେ ଘରକୁ ଫେରି ନିଜ ବାପାମାଆଙ୍କ ନିକଟରେ ସବୁ ଜଣାଇଥିଲେ । ଏହାକୁ ନେଇ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ ଆଣିବା ପରେ ପୁଲିସ ଆଇନଜୀବୀ ରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories