ଘଣ୍ଟିଖାଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡ଼ିଝାଟିଆ: ଘଣ୍ଟିଖାଲ କଲ୍ୟାଣ ମଣ୍ଡପ ପରିସରରେ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ଓ ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ଘଣ୍ଟିଖାଲ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଚିକିତ୍ସାସେବା ପରାମର୍ଶ ସହିତ ମାଗଣା ଔଷଧ ବଣ୍ଟନ କରାଯାଇଛି। ଡାକ୍ତର ବିକ୍ରମ ଷଡଙ୍ଗୀ, ଚିକିତ୍ସାଳୟର ସେବିକା ସ୍ମୀତାରାଣୀ ଲେଙ୍କା, ସେବିକା ବିଦ୍ୟାର୍ଥୀ ମାନିନୀ ସାହୁ, ଆର୍ସୁ ସୋରେନ, ବାସନ୍ତୀ ମୁଣ୍ଡା ଓ ଶୁଭଶ୍ରୀ ଆଚାର୍ଯ୍ୟ ପ୍ରମୁଖଙ୍କ ସହିତ ଚିକିତ୍ସା କର୍ମଚାରୀମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ। କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ପ୍ରବନ୍ଧକ ସୁଶିଲ କୁମାର ରାଉତ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ଶ୍ରମିକ ନେତା ସନ୍ତୋଷ କୁମାର ବେହେରା ଓ କାରଖାନାର କର୍ମଚାରୀ ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.