ୟୁନାଇଟେଡ଼ ବାର୍ଦ୍ଦା ଜୟଦୂର୍ଗା ଚମ୍ପିୟନ
ଚୌଦ୍ୱାର: ଅମରଜ୍ୟୋତି କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ ସୁଧାଂଶୁ ସାହୁ ଓ ସୁଧାକର ମହାପାତ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି।ରବିବାର ଅପରାହ୍ଣରେ ଆୟେଜିତ ଫାଇନାଲ ମ୍ୟାଚ୍ରେ କଟକ ସଦରର ୟୁନାଇଟେଡ଼ ବାର୍ଦ୍ଦା ଜୟଦୂର୍ଗା କ୍ଲବ୍ ଟାଇବ୍ରେକର ଜରିଆରେ ବିଜୟ ହାସଲ କରି ଚମ୍ପିୟନ ହୋଇଛି। ଆଠଗଡ଼଼ର ଖୁଣ୍ଟକଟା କ୍ରୀଡ଼ା ପରିଷଦ ଓ ୟୁନାଇଟେଡ଼ ବାର୍ଦ୍ଦା ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ଗୋଲରେ ଅମିମାଂସିତ ରହିଥିଲା। ଟାଇବ୍ରେକର ସ୍କୋରରେ ୟୁନାଇଟେଡ଼ ବାର୍ଦ୍ଦା ଟିମ୍ ଖୁଣ୍ଟକଟା କ୍ରୀଡ଼ା ପରିଷଦ ବିପକ୍ଷରେ ୪ଟି ଗୋଲ ସ୍କୋର କରିଥିଲା। ଖୁଣ୍ଟକଟା ୩ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା। ରେଫେରୀ ସଂଜୀବ ଦାସ, ଲକି ହେମ୍ବ୍ରମ, ଅବଦୁଲ ମାର୍ଟିନ୍ ଓ ଅନୁ ସୋରେନ୍ ମ୍ୟାଚ୍ ପରିଚାଳନା କରିଥିଲେ। ଓଡ଼ିଶା ଫୁଟବଲ ଏସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା, ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ, ପଣ୍ଡା ବ୍ରଦର୍ସ ନିର୍ଦ୍ଦେଶକ କିର୍ତ୍ତନାନନ୍ଦ ପଣ୍ଡା, ଶିକ୍ଷାବିତ୍ ତ୍ରିବିକ୍ରମ ଚରଣ ବେହେରା, କାଉନସିଲର ଅଜୟ କୁମାର ବେହେରା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। କ୍ଲବ୍ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.