ଯୋଗା ଆଚିଭରଙ୍କ ଗୋପାଳପୁର ବେଳାଭୂମି ସଫେଇ

ଗୋପାଳପୁର: ଆମ୍ବପୁଆ ପୁଲିସ୍‍ ପଡିଆ ଠାରେ ସୂର୍ଯ୍ୟ ଉଦୟ ପୂର୍ବରୁ ଏକାଠି ହେଉଥିବା ଆଖପାଖ ଅଞ୍ଚଳର ବହୁ ଯୁବକ ଓ ୟୋଗା ତଥା ବ୍ୟାୟାମ ପ୍ରେମୀଙ୍କ ରବିବାର ଗୋପାଳପୁର ବେଳାଭୂମି ଠାରେ ବେଳାଭୂମି ସଫେଇ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃରୁ ପୁଲିସ୍‍ ପଡିଆ ଠାରେ ଏକତ୍ରିତ ହୋଇ ଗୋପାଳପୁର ବେଳାଭୂମିକୁ ଯାଇ ପ୍ରତିଦିନ ଭଳି ବେଳାଭୂମିରେ ଦୌଡ ଠାରୁ ପ୍ରାଣାୟମ୍‍, ୟୋଗା ଓ ବ୍ୟାୟାମ୍‍ କରିଥିଲେ। ଆଗାମୀ ଦିନରେ ୟୋଗା ଏଚିଭରମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ସଫେଇ କାର୍ଯ୍ୟ ଠାରୁ ଆରମ୍ଭକରି ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେବାପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ରମ୍ଭାସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ, ଖଣ୍ଡଦେଉଳି ସହୀଦ୍‍ ଭଗତସିଂ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଅଭିମନ୍ୟୁ ସାହୁଙ୍କ ସମେତ ଟାଙ୍ଗଣାପଲ୍ଲୀ ହାଇସ୍କୁଲର ଏନ୍‍ସିସି ଶିକ୍ଷକ ସୁଧାକର ବଳି, ସାମ୍ବାଦିକ ଶିବରାମ ଚୌଧୁରୀଙ୍କ ପ୍ରମୁଖ ଉପସ୍ଥିତ ରହି ପୂର୍ବ ବର୍ଷର ଅନୁଭୂତି ବିଷୟରେ ଆଲୋଚନା କରିବା ସହ ନୂତନ ବର୍ଷରେ ସମସ୍ତେ ଏକତ୍ରିତ ହୋଇ ସମାଜସେବାକୁ କିପରି ଗୁରୁତ୍ୱାଦେବା ସେ ଉପରେ ଆଲୋଚନା ହୋଇଥିଲା।

Comments are closed.