‘ଅନନ୍ୟ ପ୍ରଦୀପ’ ପୁସ୍ତକ ଉନ୍ମୋଚିତ

ପିପିଲି: ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ମୃତିରେ ଲିଖିତ ପୁସ୍ତକ ‘ଅନନ୍ୟ ପ୍ରଦୀପ’ ଉନ୍ମୋଚିତ ହୋଇଛି। ପ୍ରଦୀପ ମହାରଥୀ ସ୍ମୃତି ସଂସଦର ସଭାପତି ଡ଼ଃ ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣୀ ଦାସିଆଙ୍କ ସ୍ମୃତି ପୀଠ ପରିସରରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍‌‌ ଡ଼ଃ କୈଳାଶ ଚନ୍ଦ୍ର ଟିକାୟତରାୟ, ସ୍ୱର୍ଗତ ମହାରଥୀଙ୍କ କନ୍ୟା ଡାକ୍ତର ପଲ୍ଲବୀ ମହାରଥୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ। କୃଷିର ଉନ୍ନତି ସହ ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ କ୍ଷେତ୍ରରେ ସ୍ୱର୍ଗତ ମହାରଥୀଙ୍କ ଅବଦାନକୁ ସମସ୍ତେ ମନେ ପକାଇଥିଲେ। ଏହି ଅବସରରେ ପୁସ୍ତକ ‘ଅନନ୍ୟ ପ୍ରଦୀପ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପିପିଲିର ବରିଷ୍ଠ ରାଜନେତା ଓ ସମାଜସେବୀ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଚଳିତ ବର୍ଷର ‘ପ୍ରଦୀପ ସେବା ସମ୍ମାନ-୨୦୨୩’ରେ ସଂବର୍ଦ୍ଧିତ କରାଯାଇଥିଲା। ଏଥିସହ ଗତ ମାଟ୍ରିକ୍‌‌ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପିପିଲି ଓ ଡେଲାଙ୍ଗ ବ୍ଲକର ଦୁଇଜଣ ବିଦ୍ୟାର୍ଥୀଙ୍କ ସମେତ ପ୍ରଦୀପ ମହାରଥୀ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଭକ୍ତ ଦାସିଆ ସ୍ୱୃତି କମିଟିର ସଂପାଦକ ତଥା ବରିଷ୍ଠ ଶିକ୍ଷାବିତ୍‌‌ ଡ଼ଃ ଘନଶ୍ୟାମ ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.