Patra electronics

ସୀମାନ୍ତ ଆନ୍ଧ୍ରରେ ବିଛିନାଞ୍ଚଳ ଓଡ଼ିଆଙ୍କ ସଭା

ପାତ୍ରପୁର: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଥିବା ବିଛିନ୍ନାଂଚଳ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ପ୍ରତି ରାଜ୍ୟ ସରକାର ସଚେତନ ରହି କାର୍ଯ୍ୟ କରୁଥିବା ନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଆନ୍ଧ୍ର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ସଭାରେ ମତ ପ୍ରକାଶ କରିଛନ୍ତି। ରବିବାର ଆନ୍ଧ୍ରର କାବିଟି ଥାନା ରାଜପୂର ବିଂନ୍ଧ୍ୟଗିରି ସ୍ଥିତ ମାଁ କୁଠାରୀଙ୍କ ପୀଠରେ ବିଛିନ୍ନାଂଚଳ ଓଡ଼ିଆଙ୍କ ବଂଧୁମିଳନ ସଭା ଅନୁଷ୍ଟିତ ହୋଇଥିଲା। ବିଛିନ୍ନାଂଚଳ ଓଡ଼ିଆ ସଂଘର ସଭାପତି ସତ୍ୟନାରାୟଣ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ଵିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ବିଛିନ୍ନାଂଚଳ ଓଡ଼ିଆଙ୍କ ପାଖରେ ସବୁ ସମୟରେ ଉପସ୍ଥିତ ରହି ସହଯୋଗ କରିବାର ପ୍ରତିଶୃତି ଦେବା ସହିତ ବାକି ଥିବା ସମସ୍ୟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଶ୍ରୀକାକୁଲମ ଜିଲ୍ଲାର ବହୁ ସମ୍ପ୍ରଦାୟର ଓଡ଼ିଆ ମାନେ ଉପସ୍ଥିତ ଥିଲେ।

Comments are closed.