ଦୁର୍ଗମ ଅଂଚଳରେ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା
ଫୁଲବାଣୀ: କନ୍ଧମାଳା ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ। ସେହିପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଉଦ୍ୟମରେ ଫୁଲବାଣୀ ଓ ଖଜୁରୀପଡ଼ା ବ୍ଲକର ୧୨ ଗୋଟି ଅପହଂଚ ଅଂଚଳରେ ମାତୃ ସ୍ୱାସ୍ଥ୍ୟ, ପରିବାର ନିୟୋଜନ ଓ ବିଭିନ୍ନ ଅଣସଂକ୍ରାମକ ରୋଗ ସଂପର୍କରେ ସ୍ଥାନୀୟ ଲୋକନୃତ୍ୟ ଦଣ୍ଡ ବୀଣାକାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୀଣାକାର କାଶ୍ୟପ ଖମାରୀଙ୍କ ନେତୃତ୍ୱରେ ଏହି ଗାଁ ମାନଙ୍କରେ ଜନସାଧାରଣଙ୍କୁ ରୋଗର ଲକ୍ଷଣ ଓ ଏହାର ଉପଚାର ବିଷୟରେ ସଚେତନ କରାଯାଇଥିଲା।ବିଭିନ୍ନ ଗୀତ, ନୃତ୍ୟ, ଉଦାହରଣ ଓ କମେଡି ମାଧ୍ୟମରେ ଉପସ୍ଥାପନାକୁ ଲୋକମାନେ ଆଗ୍ରହର ସହ ଉପଭୋଗ କରିଥିଲେ। ଗୁମାଗଡ଼ ଓ ଖଜୁରିପଡ଼ା ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର. କଳ୍ପନା ଦଳାଇ, ଡାକ୍ତର. ନିମାଇଁ ଚରଣ ବିଶି ପ୍ରମୁଖ କାର୍ଯ୍ର୍ୟକ୍ରମ ଉଦ୍ଦ୍ୟେଶ୍ୟରେ ଏକ ଆଲୋଚନାରେ ଭାଗନେଇ ଅଣସଂକ୍ରାମକ ରୋଗ ଜେଉଁଭଳି ଭାବେ ବଢ଼ି ବଢ଼ି ଚାଲିଛି ତାହା ରୋକି ବାକୁ ହେଲେ ସଠିକ୍ ବାର୍ତ୍ତା ଗ୍ରାମାଂଚଳର ଶେଷ ଭାଗରେ ବସବାସ କରୁଥିବା ଲୋକ ପାଖରେ ପହଂଚିବା ଆବଶ୍ୟକତା ଅଛି ବୋଲି କହିଥିଲେ।
Comments are closed.