www.samajalive.in
Sunday, December 7, 2025
23.1 C
Bhubaneswar

ଡକାୟତି ଘଟଣାରେ ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳ ରତଙ୍ଗ ପଞ୍ଚାୟତର ରତଙ୍ଗ ଘାଇ ନିକଟରେ ବାହାର ରାଜ୍ୟ ବିହାର ଅଞ୍ଚଳର ଜଣେ ବୁଲା ବେପାରୀଙ୍କୁ ଦିନବେଳା ମାଡ଼ ମାରି ଟଙ୍କା ଓ ମୋବାଇଲ ଫୋନ ଲୁଟିଥିବା ନେଇ ଫିରିଙ୍ଗିଆ ଥାନାରେ ସନ୍ଧ୍ୟାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବିହାର ଅଞ୍ଚଳର ମନୋଜ କୁମାର ନାମକ ଜଣେ ଯୁବକ ବାହାରେ ବୁଲି ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବସାୟ କରି ଫେରୁଥିବା ସମୟରେ ରତଙ୍ଗ ଘାଇ ନିକଟରେ ତିନିଜଣ ଯୁବକ ମନୋଜକୁ ନିର୍ଧୁମ ମାଡ଼ ମାରି ଥିଲେ ଓ ପରେ ତାଙ୍କ ଠାରୁ ନଗଦ ୩୪ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟ କରିବା ସହ ତାକୁ ନେଇ ଅଟକ ରଖି ଦିନ ତିନିଟା ପରେ ଛାଡିଥିଲେ। ପ୍ରବଳ ମାଡ଼ ଖାଇ ଅସହାୟ ଅବସ୍ଥାରେ ଯୁବକ ଜଣକ ଫିରିଙ୍ଗିଆ ଥାନାରେ ସନ୍ଧ୍ୟା ସମୟରେ ଡକାୟତି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏଇ ଘଟଣାରେ ସମ୍ପୃକ୍ତ ଯୁବକଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଡକାୟତିରେ ସମ୍ପୃକ୍ତ ରତଙ୍ଗ ଗାଁର ସନିଆ ମାଝୀ (୨୦), ଗଣପତି ମାଝୀ (୨୩) ଓ କେ ନୂଆଗାଁ ଥାନା ଯୁଗାପଦର ଗାଁର ଜଗନ ଦିଗାଲକୁ ଅଟକ ରଖିବା ସହ ତାଙ୍କ ପାଖରୁ ନଗଦ ୧୪, ୫୦୦ ଟଙ୍କା ଓ ମୋବାଇଲ ଫୋନ ଜବତ କରିଥିବା ବେଳେ ଫିରିଙ୍ଗିଆ ଥାନାରେ ଡକାୟତି ସମ୍ପର୍କିତ କେଶରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories