www.samajalive.in
Monday, December 15, 2025
24.1 C
Bhubaneswar

ଧୁରୁଷିଆରେ ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡ଼ିଝାଟିଆ: ଧୁରୁଷିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଲାୟନ୍ସ କ୍ଲବ କଟକ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଆଠଗଡ଼ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ସସ୍ମୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟସେବା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଲାୟନ୍ସ କ୍ଲବର ଜନହିତକର କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ମେଲଭିନ ଜୋନ୍ସ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ପ୍ରେମାନନ୍ଦ ବାଇ, ଡାକ୍ତର ମୋତିଲାଲ ବେହେରା ଓ ସେବିକା ମମତା ପ୍ରଧାନ ପ୍ରମୁଖ ୫୧ଜଣଙ୍କ ଚକ୍ଷୁ ପରୀକ୍ଷା କରି ୮ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମଙ୍ଗୁଳି ଚରଣ ପାଣି, ନିରକାର ଲେଙ୍କା, ଲାୟନ୍ସ କ୍ଲବ କଟକ ମହାନଦୀର ସଭାପତି ଡଃ ଅଭୟ କୁମାର ପାତ୍ର, କୋଷାଧ୍ୟକ୍ଷ ମନମୋହନ ଉପାଧ୍ୟାୟ, ପୂର୍ବତନ କଟକ ଲାୟନ୍ସ ଗଭର୍ଣ୍ଣର ମହେଶ କୁମାର ଟିବ୍ରିୱାଲ, ସତ୍ୟନାରାୟଣ ସାହୁ, ଡଃ ୟୁ ସି ଦାସ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈକୁଣ୍ଠ ଚରଣ ବିଶ୍ୱାଳ, ରବିନାରାୟଣ ମହାନ୍ତି ଓ ଜ୍ୟୋତ୍ସାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories