www.samajalive.in
Monday, December 15, 2025
24.1 C
Bhubaneswar

କଖଡି ରାମଲୀଳା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ

ଗୁରୁଡ଼ିଝାଟିଆ: ବିପଥଗାମୀ,ଅବକ୍ଷୟମୁଖି ସମାଜକୁ ଠିକଣା ବାଟରେ ଆଗେଇ ନେବାରେ ରାମନାମ ହିଁ ଯଥାର୍ଥ ମାର୍ଗ ପ୍ରଦର୍ଶିତ କରିଥାଏ।ରାମନାମ ଶ୍ରବଣ ଓ ପ୍ରଚାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଭୂ ଆଶୀର୍ବାଦ ପ୍ରାପ୍ତ। ଆଚରଣ ଓ ଉଚାରଣରେ ଶୁଦ୍ଧତା ଏବଂ ଭକ୍ତିଭାବ ରଖି ନିର୍ଲିପ୍ତ ଭାବରେ କାର୍ଯ୍ୟକଲେ ସମାଜରେ ଭାଇଚାରାର ଅପୂର୍ବ ନିଦର୍ଶନ ପ୍ରସ୍ପୁଟିତ ହେବା ସହ ମଧୁମୟ ହୋଇଉଠିବ ବୋଲି କଖଡି ପାଲାତୋଟା ଠାରେ ମା ହିଙ୍ଗୁଳାୟୀ ଶ୍ରୀରାମଲୀଳା ପ୍ରଚାର ସମିତିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ କୁମାର ଛତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଧୁରୁଷିଆ ସରପଞ୍ଚଙ୍କ ପ୍ରତିନିଧି ମଙ୍ଗୁଳି ଚରଣ ପାଣି, ମା ହିଙ୍ଗୁଳାୟୀ ଶ୍ରୀରାମଲୀଳା ପ୍ରଚାର ସମିତିର ସଭାପତି ମାୟାଧର ଦଳାଇ, ସଂପାଦକ ବ୍ରଜରାଜ ଖଟୁଆ, ନିର୍ଦ୍ଦେଶକ ମାରୁତୀଶ୍ରୀ କୁବେର ଚରଣ ସାହୁ, ସମିତିସଭ୍ୟ ପ୍ରଦୀପ ମହାନ୍ତି, ସନାତନ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଜଲିଉଡଅଭିନେତା ମାନସ ପଣ୍ଡା, ରମେଶ ନାୟକ, ରଞ୍ଜନ ମୁଦୁଲି, ଆକୁଳା ଚରଣ ପ୍ରତିହାରୀ, ଶୁସିଲ କୁମାର ଖଟୁଆ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ୮ଦିନ ଧରି ଅନୁ୍‌‌ଷ୍ଠିତ ରାମଲୀଳା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ କଟକର ଶ୍ରୀ ଶ୍ରୀ ପତିତପାବନ କଳାପରିଷଦ ଅଲିଶା ବଜାର, ବିରିବାଟିର ଶ୍ରୀ ଶ୍ରୀ ହଂସନାଥ ରାମଲୀଳା ପ୍ରଚାର ସମିତି, ସଠିଲୋର ଶ୍ରୀ ଶ୍ରୀ ଅଭିରାମ ପରମହଂସ ରାମଲୀଳା ନାଟ୍ୟ ସଂସଦ, ସିମିଳାହ୍ୟାଣ୍ଡର ଶ୍ରୀ ଶ୍ରୀ ରଘୁନାଥଜିଉ ରାମଲୀଳା ସମିତି, ବାରଙ୍ଗ ମୁଣ୍ଡମୁହାଣର ମା କନନଦୂର୍ଗା ରାମଲୀଳା ସମତି ଓ କଖଡିର ମା ହିଙ୍ଗୁଳାୟୀ ଶ୍ରୀରାମଲୀଳା ପ୍ରଚାର ସମିତିର ସଦସ୍ୟମାନେ ଶ୍ରୀରାମଲୀଳା ପରିବେଷଣ କରିଥିଲେ। ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ ର ସଭାପତି ଭାଗିରଥି ସାହୁ, ସଂପାଦକ କିରଣ ବିହାରୀ ଖଟୁଆ ଉପସ୍ଥିତ ରହି ସଂଘ ପକ୍ଷରୁ ନିର୍ଦ୍ଦେଶକ ମାରୁତୀଶ୍ର୍ରୀ କୁବେର ଚରଣ ସାହୁ ,ଅଲିଶା ବଜାର ର ମନୋଜ କୁମାର ପରିଡ଼ା, ବ୍ରଜରାଜ ଖଟୁଆ, ନୀଳମଣି ବାରିକ, ସଦାନନ୍ଦ ସାହୁ ଓ ମାୟାଧର ଦଳାଇଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମା ହିଙ୍ଗୁଳାୟୀ ରାମଲୀଳା ପ୍ରଚାର ସମିତି ପକ୍ଷରୁ ୫୦ବର୍ଷ ଧରି ଅନୁଷ୍ଠାନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ୱର୍ଗତ ରାଚଚନ୍ଦ୍ର ବୋଇତେଇ ଙ୍କ ଉତ୍ତରାଧିକାରୀ ସୁବାସ ଚନ୍ଦ୍ର ପ୍ରତିହାରୀ .ଜୟରାମ ଖଟୁଆଙ୍କ ଅନୁପସ୍ଥିତିରେ ପୁତ୍ର ଅଧ୍ୟାପକ ବିକାଶ ଚନ୍ଦ୍ର ଖଟୁଆଙ୍କ ସହିତ ସମସ୍ତ ପୁରାତନ ଓ ବର୍ତ୍ତମାନର କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ରାମଲୀଳା ପ୍ରଚାର ସମିିତିର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ମୁଦୁଲି , ସହ ସଂପାଦକସଦାନନ୍ଦ ସାହୁ, ଆଶୁତୋଷ ପରିଡ଼ା, ଅଜୟ କୁମାର ପରିଡ଼ା ଓ ଗାଁର ମୁରବୀ ବେଣୁଧର ମହାନ୍ତି, ମିନକେତନ ନାୟକ,ସୋମନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସଫଳ ରୂପାୟନ କରିଥିଲେ। ପୂର୍ବତନ ସମିତିସଭ୍ୟ ନରେନ୍ଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories