www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟର ୩୦ଟି ଜିଲାରେ ‘ଓଡ଼ିଶା ମୋ ପରିବାର’ର  ‘ହେଲ୍‍ପ ଡେସ୍କ’, ସହାୟତା ନେଇପାରିବେ ଜେଇଇ ମେନ୍‌ ପରୀକ୍ଷାର୍ଥୀ

ଭୁବନେଶ୍ବର: ଜେଇଇ ମେନ୍‍ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୟଙ୍ଗର ବନ୍ୟା ପରିସ୍ଥିତି ଏବଂ କରୋନା ମହାମାରୀ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାର୍ଥୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପରୀକ୍ଷାସ୍ଥଳରେ ପହଞ୍ଚିବାରେ ବିଭିନ୍ନ ପ୍ରକାର ସମ୍ମୁଖୀନ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସଠିକ୍‍ ସମୟରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ଏବଂ ପ୍ରାର୍ଥୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ସମସ୍ତ ସାମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି।

 

- Advertisement -

‘ଓଡ଼ିଶା ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ ଆମର ସ୍ୱେଚ୍ଛାସେବୀ ତଥା ସଦସ୍ୟମାନଙ୍କୁ ନେଇ ସମସ୍ତ ହିତାଧିକାରୀ ଅର୍ଥାତ୍‍ ଛାତ୍ର, ରାଜ୍ୟ ପ୍ରଶାସନ ଏବଂ ସେମାନଙ୍କର ନୋଡାଲ୍‍ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ଏକ ସକରାତ୍ମକ ଢଙ୍ଗରେ ଏ ଦିଗରେ ହସ୍ତକ୍ଷେପ କରିବାକୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାସ୍ଥଳରେ ପହଞ୍ଚାଇବା ଲାଗି ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ‘ଓଡ଼ିଶା ମୋ ପରିବାର’ ଲକ୍ଷ୍ୟ ରଖିଛି। ରାଜ୍ୟର ସମସ୍ତ ୩୦ଟି ଜିଲାରେ ‘ଓଡ଼ିଶା ମୋ ପରିବାର’ ପ୍ରତିନିଧିମାନେ ଜିଲା ପ୍ରଶାସନ ସହିତ ଯୋଗାଯୋଗ କରୁଛନ୍ତି ଏବଂ ନିର୍ଦିଷ୍ଟ ପରୀକ୍ଷାସ୍ଥଳକୁ ଯାଉଥିବା ଜେଇଇ ପ୍ରାର୍ଥୀଙ୍କ ସମସ୍ତ ଯାତାୟତ ଜନିତ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ପରୀକ୍ଷା କେନ୍ଦ୍ର ନିକଟରେ ‘ଓଡ଼ିଶା ମୋ ପରିବାର’ର ‘ହେଲ୍‍ପ ଡେସ୍କ’ ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ସ୍ୱେଚ୍ଛାସବେୀମାନେ ସକାଳ ୭ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ଉପସ୍ଥିତ ରହିବେ। ପରୀକ୍ଷା କେନ୍ଦ୍ର ନିକଟରେ ପ୍ରାର୍ଥୀ ତଥା ସେମାନଙ୍କ ସମ୍ପର୍କୀୟ ଲାଗି ସାନିଟାଇଜର, ପାଣି ବୋତଲ, ବିସ୍କୁଟ୍‍ ପ୍ୟାକେଟ୍‍ ଉପଲବ୍ଧ ହେବାର ବ୍ୟବସ୍ଥା କରାଯାଇଛି।
ପ୍ରତ୍ୟକ ସହରରେ ‘ଓଡ଼ିଶା ମୋ ପରିବାର’ ତରଫରୁ ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ନାମ ନିମ୍ନରେ ପ୍ରଦାନ କରାଯାଇଛି ଏବଂ ଆବଶ୍ୟକସ୍ଥଳେ ସହାୟତା ପାଇଁ ଛାତ୍ରଛାତ୍ରୀ ତଥା ସେମାନଙ୍କ ସମ୍ପର୍କୀୟ ସେମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଆବାହକ ଅରୁପ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories