ରାଜ୍ୟ ସିନିୟର ପୁରୁଷ ହକି ଚମ୍ପିଆନସିପ୍‌: ସେମିରେ ସେଲ୍‌, ସୁନ୍ଦରଗଡ଼, ଇକୋର୍ସା, ଖୋର୍ଦ୍ଧା

ଭୁବନେଶ୍ବର: ହକି ଆସୋସିଏସନ ଅଫ ଓଡ଼ିଶା ଆନୁକୂଲ୍ୟରେ କିଟ୍‌ ଓ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବ​ା ରାଜ୍ୟ ପୁରୁଷ ହକି ଚମ୍ପିଆନସିପର ସେମିଫାଇନାଲରେ ସେଲ୍‌, ପୂର୍ବତଟ ରେଳବାଇ, ସୁନ୍ଦରଗଡ ଓ ଖୋର୍ଦ୍ଧା ପ୍ରବେଶ କରିଛନ୍ତି। ଶୁକ୍ରବାର କିଟ୍‌ ଗ୍ରାଉଣ୍ଡରେ ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯିବ। ଗୁରୁବାର ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ସେଲ୍‌ ଏକାଡେମୀ ୭-୦ ଗୋଲରେ ଓଡ଼ିଶା ପୁଲିସକୁ, ପୂର୍ବତଟ ରେଳବାଇ (ଇକୋର୍ସା) ୮-୧ ଗୋଲରେ ଦେବଗଡକୁ, ସୁନ୍ଦରଗଡ ୬-୦ଗୋଲରେ ଜଗତସିଂହପୁରକୁ ଓ ଖୋର୍ଦ୍ଧା ୩-୦ଗୋଲରେ ଗଜପତିକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ କିଟ୍‌ ଓ କିସର ସହଯୋଗରେ ଆୟୋଜିତ ପ୍ରତିଯୋଗିତା​‌େ​‌ର ୨୫ଟି ଜିଲା, ୫ଟି ଏକାଡେମୀ ଓ ପ୍ରତିଷ୍ଠାନ ଦଳରୁ ୫୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶା ସଭାପତି ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲ ଅଧ୍ୟକ୍ଷ ପଦ୍ମଶ୍ରୀ ଅଲିମ୍ପିଆନ ଦିଲ୍ଳୀପ ତିର୍କୀ କହିଛନ୍ତି ଯେ, ରାଜ୍ୟ ହକି ଚମ୍ପିଆନସିରେ ରାଜ୍ୟର ବିଭିନ୍ନ ଜିଲାରୁ ଆଗ୍ରହୀ ହକି ଖେଳାଳିମା​‌େ​‌ନ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି। ହକିର ଲୋକପ୍ରିୟତା ଓ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ନେଇ ଏହି ପ୍ରତିଯୋଗିତା ସହାୟକ ହେବ ବୋଲି ଦିଲ୍ଲୀପ କହିଛନ୍ତି। ପ୍ରତିଯୋଗିତା ଲାଗି ସହଯୋଗ ପାଇଁ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହ କିଟ୍‌ ଓ କିସର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ହକି ଆସୋସିଏସନ ଅଫ ଓଡ଼ିଶା ସଭାପତି ଦିଲ୍ଳୀପ ତିର୍କୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରତିଯୋଗିତାରୁ ଆଗାମୀ ୨୦୨୩ ଜାତୀୟ ହକି ଚମ୍ପିଆନସିପ୍ ଲାଗି ଖେଳାଳି ମନୋନୟନ କରାଯିବ।

Comments are closed.