www.samajalive.in
Saturday, December 6, 2025
15.1 C
Bhubaneswar

ଚେନ୍ନାଇକୁ ୩୫ରନରେ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ସଂସ୍କରଣ ରୋମାଞ୍ଚକର ହେବାରେ ଲାଗିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପରକିଙ୍ଗସ୍‌‌ ଲଢେଇରେ ବାଜି ମାରିଛି ଗୁଜରାଟ। ଚେନ୍ନାଇକୁ ୩୫ରନରେ ହରାଇ ମ୍ୟାଚ ଜିତିଛି ଗୁଜରାଟ। ପ୍ରଥମେ ବ୍ୟାଟିଂ କରି ୨୩୧ ରନ କରିଥିଲା ଗୁଜରାଟ। ୨୩୨ରନ ପିଛା କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ୱିକେଟରେ ୧୯୬ରନ କରିପାରିଥିଲା। ଚେନ୍ନାଇ ପକ୍ଷରୁ ମିଚେଲ ୩୪ବଲରେ ସର୍ବାଧିକ ୬୩ରନ କରିଥିବା ବେଳେ ମୋଇନ ଅଲ୍ଲୀ ୩୬ବଲରେ ୫୬ରନ କରିଥିଲେ। ସେହିପରି ମହେନ୍ଦ୍ର ସିଂ ଧୋନୀ ୧୧ଟି ବଲରେ ୨୬ରନ କରିଥିଲେ। ବିପର୍ଯ୍ୟସ୍ତ ବ୍ୟାଟିଂ ପାଇଁ ଚେନ୍ନାଇ ହାତରୁ ମ୍ୟାଚ ଛଡାଇ ନେଇଥିଲା ଗୁଜରାଟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories