www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାସ୍ଥ୍ୟସେବାର ଚିକିତ୍ସା କରିବ କିଏ? ପୁରୀରୁ କଟକ ଟ୍ରଲିରେ ରୋଗୀ, ୨କିମି ଚାଲିଲେ ଗର୍ଭବତୀ

ପୁରୀ/ମାଲକାନଗିରିି/କୋରୁକୋଣ୍ଡା: ଧର୍ମପତ୍ନୀଙ୍କ ଚିକିତ୍ସା ପାଇଁ ପୁରୀରୁ କଟକ ୯୦କି.ମି ଟ୍ରଲିରେ ବୋହିଛନ୍ତି କବୀର। ପ୍ରାୟ ଆଠ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପତ୍ନୀ ସୁକାନ୍ତିଙ୍କୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହାସପାତାଳରେ ସେ ପହଞ୍ଚାଇଛନ୍ତି । ଏହି ଘଟଣା ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ପୁରୀ ଜିଲାରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଥିବା କୁହାଯାଉଛି। କବୀର ଭୋଇଙ୍କ ଘର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମରେ। ତାଙ୍କ ସୂଚନା ଅନୁଯାୟୀ ୧୦ ଦିନ ତଳେ ପତ୍ନୀ ରୋଗରେ ପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସେ ଜିଲା ସଦର ହାସପାତାଳରେ ଭର୍ତ୍ତି କରିଥିଲେ। ସେଠାରେ ୫ଦିନ ଧରି ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ କଟକ ମେଡିକାଲ କଲେଜ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ବହୁଚେଷ୍ଟା ସତ୍ତ୍ବେ ସରକାରୀ ଆମ୍ବୁଲାନ୍ସ ମିଳିନଥିଲା। ତେଣୁ କବୀର ଏକ ଅଟୋରିକ୍ସା ଚାଳକଙ୍କ ସହ ଯୋଗାଯୋଗ କରିଥିଲେ। ପୁରୀରୁ କଟକ ଯିବା ପାଇଁ ଅଟୋରିକ୍ସା ଚାଳକ ୧୨୦୦ ଟଙ୍କା ଭଡା ଦାବି କରିଥିଲେ। ଟ୍ରଲି ଚଳାଇ ପେଟ ପୋଷୁଥିବା କବୀର ଭୋଇଙ୍କ ପାଇଁ ଏତେଟଙ୍କା ଦେଇ ପତ୍ନୀଙ୍କୁ କଟକ ନେବା ସମ୍ଭବପର ହୋଇନଥିଲା। କିନ୍ତୁ ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଦୃଢ ସଂକଳ୍ପ ନେଇଥିଲେ। ଗାଁର ଜଣେ ବ୍ୟକ୍ତିଙ୍କଠାରୁ ଦିନକୁ ୫୦ ଟଙ୍କା ଭଡାରେ ଟ୍ରଲି ଆଣି ଶୁକ୍ରବାର ସେଥିରେ ପତ୍ନୀଙ୍କୁ ବସାଇ ପୁରୀରୁ କଟକ ପର୍ୟ୍ୟନ୍ତ ନେଇଥିଲେ।

- Advertisement -

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହାସପାତାଳରେ ପହଞ୍ଚିବା ପରେ କେତେକ ସମାଜସେବୀ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି। ପୁରୀ ଡାକ୍ତରଖାନାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନ ଥିବାରୁ ଅନ୍ୟ ଉପାୟ ନ ପାଇ ଟ୍ରଲି ଯୋଗେ ପତ୍ନୀଙ୍କୁ ସେ କଟକ ମେଡିକାଲ କଲେଜ ନେଇଥିବା କବୀର ଗଣମାଧ୍ୟମକୁ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏଭଳି ଅଭିଯୋଗ ବିଶ୍ବାସଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। ଜିଲାରେ ୧୮ଟି ୧୦୨ ଆମ୍ବୁଲାନ୍ସ ଥିବାରୁ ରୋଗୀଙ୍କୁ କଟକ ନେବା ପାଇଁ କୌଣସି ସମସ୍ୟା ନ ଥିବା ସେ କହିଛନ୍ତି। ତଥାପି ଅଭିଯୋଗର ତଦନ୍ତ କରାଯିବ ବୋଲି ସିଡିଏମ୍ଓ ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲାରେ ଜନନୀ ଯନ୍ତ୍ରଣା କମିବାର ନାଁ ଧରୁନି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଆଜି ପୁଣି ଜଣେ ଗର୍ଭବତୀ ଦୁଇ କିମି ଚାଲିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମାଲାକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ତେନ୍ତୁଳିପଦର ଗାଁର ଜଣେ ଗର୍ଭବତୀ ଦନାଇ ଖରାଙ୍କ ପ୍ରସବଙ୍କ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଆଶା ଦିଦି, ମହିଳା ସ୍ୱାସ୍ଥ୍ୟକର୍ମୀ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପରେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ପାହାଡ ଉପରେ ତେନ୍ତୁଳିପଦର ଗ୍ରାମ ରହିଥିବାରୁ ଯାତାୟାତ ପାଇଁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ଗାଁଠାରୁ ଦୁଇ କିମି ଦୂରରେ ଅଟକି ରହିଥିଲା। ବାଧ୍ୟ ହୋଇ ଗର୍ଭବତୀଙ୍କ ପରିବାର ଲୋକଙ୍କ ସହଯୋଗରେ ଦୀର୍ଘ ୨ କିଲୋମିଟର ପାହାଡ ଉପରୁ ଆସନ୍ନ ପ୍ରସବା ଚାଲି ଚାଲି ମୁଖ୍ୟ ସଡ଼କ ପର୍ୟ୍ୟନ୍ତ ଆସିଥିଲେ।

ପରେ ସେଠାରୁ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ନିକଟ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେନ୍ତୁଳିପଦର ଗ୍ରାମକୁ ରାସ୍ତା ନ ଥିବାରୁ ଏପରି ସମସ୍ୟା ବହୁବାର ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ସମାନେ ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories