ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ ବୈଠକ
ଭୁବନେଶ୍ୱର: ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ ଆଜି ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ହସ୍ତଶିଳ୍ପ ନିର୍ଦେଶାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ପୃଷ୍ଟି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।
ବୈଠକରେ ପରିଷଦର ତା ୦୯.୧୨.୨୦୨୨ ରିଖର ନିଷ୍ପତ୍ତିର ଦୃଢୀକରଣ ହେବା ସହିତ ଏହାର ଅନୁପାଳନ ଉପରେ ପରିଷଦର ସଦସ୍ୟ ସଚିବ ଅବଗତ କରାଇଥିଲେ। ଏତଦ୍ବ୍ୟତୀତ ପରିଷଦର ସଦସ୍ୟମାନେ ଉଠାଇଥିବା ବିଭିନ୍ନ ସମସ୍ୟା ଉପରେ ଗଭୀର ଆଲୋଚନା କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ବୈଠକରେ ଶୋଭନ କ୍ରିଷ୍ଣା ସାହୁ, ନିର୍ଦ୍ଦେଶକ, ହସ୍ତତନ୍ତ ଓ ବୟନଶିଳ୍ପ ମଧ୍ୟ ଯୋଗଦେଇଥିଲେ। ଶେଷରେ ପରିଷଦର ସଦସ୍ୟ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Comments are closed.