www.samajalive.in
Sunday, December 7, 2025
26.1 C
Bhubaneswar

ତୈଳ ଦରରେ ଭାଟ ହ୍ରାସ : ରାଜସ୍ଥାନ, ଆନ୍ଦ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପରେ ଓଡ଼ିଶା କେବେ?

କଟକ : ପେଟ୍ରୋଲ ଓ ଡିଜେଲର ଅନିୟନ୍ତ୍ରିତ ଦର ବୃଦ୍ଧିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛିଦିନ ଧରି ହୁ ହୁ ହୋଇ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଗତ ସୋମବାର ରାଜନୈତିକ ଦଳ କଂଗ୍ରେସ ସମେତ ୨୧ ରାଜନୈତିକ ଦଳ ଭାରତ ବନ୍ଦର ଡାକରା ଦେଇଥିଲେ। ତେବେ ଇତି ମଧ୍ୟରେ ପ୍ରଥମେ ରାଜସ୍ଥାନ, ଆନ୍ଦ୍ରପ୍ରଦେଶ ଓ ପରେ ପଶ୍ଚିମବଙ୍ଗ ସରକାର ପେଟ୍ରୋଲ, ଡିଜେଲ ଉପରୁ ଭାଟ ହ୍ରାସ କରିଛନ୍ତି। ତେବେ ଏହି ସମସ୍ତ ରାଜ୍ୟପରେ ଓଡ଼ିଶା କେବେ ତୈଳ ଦର ଉପରୁ ଭାଟ କମାଇବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗ ତୃତୀୟ ରାଜ୍ୟ ଭାବେ ବୁଧବାର ଠାରୁ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ରାଜ୍ୟବାସୀ ଭଲ ପାଇଁ ଯାହା ଆବଶ୍ୟକ କରିବି। କେନ୍ଦ୍ର ସରକାର ତୈଳ ଦର ନିୟନ୍ତ୍ରଣ କରି ନ ପାରିବା ନେଇ ସେ କଡା ସମାଲୋଚନା କରିଛନ୍ତି।
ରାଜସ୍ତାନ ପରେ ପେଟ୍ରୋଲ ଓ ଡିଜେଲ୍ ଉପରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଭାଟ୍ କମାଇଛନ୍ତି । ଏଥିଯୋଗୁଁ ଆନ୍ଧ୍ରପ୍ରଦେଶରେ ସୋମବାରରେ ପେଟ୍ରୋଲ ଓ ଡିଜେଲ୍ଦର ପ୍ରାୟ ୨ ଟଙ୍କା ହ୍ରାସ ପାଇଛି । ଆନ୍ଧ୍ରପ୍ରଦେଶର ବିଧାନସଭାରେ ଏ ବିଷୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଏନ୍ ଚନ୍ଦ୍ରବାବୁ ନାଇଡୁ ଭ୍ୟାଟ ହ୍ରାସ କରାଯାଇଥିବା କଥା ପ୍ରକାଶ କରିଥିଲେ । ପେଟ୍ରୋଲ ଓ ଡିଜେଲ୍ରେ ଭାଟ୍ ହ୍ରାସ କରି ସେ ଆନ୍ଧ୍ର ପ୍ରଦେଶର ଲୋକଙ୍କୁ ଆଂଶିକ ଭାବେ ଚିନ୍ତାରୁ ମୁକ୍ତି ଦେଇଥିବା କଥା ପ୍ରକାଶ କରିଛନ୍ତି ।
ତୈଳ ଦରରେ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜସ୍ତାନ ସରକାର ପ୍ରଥମେ ପେଟ୍ରୋଲ ଏବଂ ଡିଜେଲ ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍)ରେ ୪% ହ୍ରାସ ଘଟାଇଥିଲେ। ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଦିଆ ରବିବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଫଳରେ ନୂଆ ଦର ରବିବାର ମଧ୍ୟରାତ୍ରରୁ ଲାଗୁ କରାଯିବ। ଭାଟ ହ୍ରାସ ପରେ ରାଜସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ ପାଇଛି । ରାଜସ୍ତାନ ସରକାର ପେଟ୍ରୋଲ ଉପରେ ୩୦% ଏବଂ ଡିଜେଲରେ ୨୨% ଭାଟ୍ ନେଉଥିଲେ। ହ୍ରାସ ପରେ ବର୍ତ୍ତମାନ ପେଟ୍ରୋଲ ଉପରେ ଭାଟ୍ ୨୬% ଏବଂ ଡିଜେଲରେ ୧୮%କୁ ହ୍ରାସ ଘଟିଛି। ଏହି ନିଷ୍ପତ୍ତି ଫଳରେ ରାଜସ୍ତାନ ସରକାରଙ୍କ ରାଜକୋଷକୁ ୨୦୦୦ କୋଟି ଟଙ୍କାର କ୍ଷତି ହେବ।
ଦୁଇ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସରକାର ପେଟ୍ରୋଲ ଡିଜେଲ ଉପରେ ଭାଟ କମାଇବା ପରେ ଓଡ଼ିଶା ସରକାର କେବେ ଏ ସମ୍ପର୍କିତ ନିଷ୍ପତ୍ତି ନେଉଛନ୍ତି ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ସବୁ ସମୟରେ କେନ୍ଦ୍ରକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ଓହରି ଯାଉଥିବା ରାଜ୍ୟର ବିଜେଡି ସରକାର ଏ ଦିଗରେ କିଛି ପଦକ୍ଷପ ନେଲେ ରାଜ୍ୟବାସୀ ଉପକୃତ ହୋଇପାରିବେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories