କଡାକଡି ହେଲା ବୁକ ସର୍କୁଲାର-୪୭, ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ବାଧ୍ୟ ପ୍ରଶାସନିକ ଅଧିକାରୀ

ଡେସ୍କ: ଏଣିକି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିପାରିବେନି ପ୍ରଶାସନିକ ଅଧିକାରୀ। ପୂର୍ବରୁ ନିର୍ବାଚିତ ପ୍ରତିନିଧି ବିଶେଷ କରି ବିଧାୟକ ଓ ସଂସଦ ମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ସମ୍ମାନ ପ୍ରଦର୍ଶନ ନ କରିବା ଓ ଦୁର୍ବ୍ୟବହାର କରିବା ଭଳି ଅନେକ ଘଟଣା ଘଟିଛି କିନ୍ତୁ ଆଉ ସେଭଳି ହେବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବୁକ ସର୍କୁଲାର-୪୭ ଅନୁଯାୟୀ ନିୟମ କଡାକଡି ଭାବେ ପାଳନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ବୁକ ସର୍କୁଲାର-୪୭ ଅନୁଯାୟୀ ବିଧାୟକ ଓ ସାଂସଦଙ୍କ ଭଳି ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀମାନେ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବେ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଲୋକ ପ୍ରତିନିଧିଙ୍କ ଚିଠି ଓ ସୁପାରିଶ ଉପରେ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଅନ୍ୟପକ୍ଷରେ ବିଧାୟକ ଓ ସାଂସଦଙ୍କ ଅଭିଯୋଗର ସମାଧାନ ଲାଗି ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ସବୁ ବିଭାଗରେ ସ୍ପେଶାଲ୍ ସେଲ୍ ପ୍ରତିଷ୍ଠା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସରକାରୀ ପଦାଧିକାରୀମାନେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଛିଡା ହୋଇ ସ୍ୱାଗତ ଓ ବିଦାୟ ଜଣାଇବେ।

Comments are closed.