ଦେଖନ୍ତୁ ଭିଡିଓ: ପର୍ଯ୍ୟଟକ ବୋଟକୁ କିପରି ଧକ୍କା ଦେଲା ନୌସେନା ବୋଟ

ସମାଜ ଡିଜିଟାଲ ଡେସ୍କ: ବୁଧବାର ଅପରାହ୍ନରେ ମୁମ୍ବଇ ଗେଟ ଓ୍ବେ ଅଫ ଇଣ୍ଡିଆ ନିକଟ ସମୁଦ୍ରରେ ବଡ଼ ଧରଣର ବୋଟ ଦୁର୍ଘଟଣା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ରାତି ୯ଟା ସୁଦ୍ଧା ଏକାଧିକ ଲୋକ ନିଖୋଜ ହୋଇଛନ୍ତି। ତେବେ ନୌସେନାର ଏକ ଦ୍ରୁତଗାମୀ ବୋଟ ସମୁଦ୍ର ଭିତରେ ନିୟନ୍ତ୍ରଣ ହରାଇ ପର୍ଯ୍ୟଟକଙ୍କ ବୋଟକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପର୍ଯ୍ୟଟକ ବୋଟ ବୁଡ଼ିଯାଇଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଜଣେ ଯୁବକ ପର୍ଯ୍ୟଟକ ବୋଟରେ ନୌସେନା ବୋଟର ଭିଡିଓ ଉତ୍ତୋଳନ କରୁଛନ୍ତି। କିଛି କ୍ଷଣ ମଧ୍ୟରେ ସେହି ନୌସେନା ବୋଟଟି ବୁଲି ଆସି ପର୍ଯ୍ୟଟକ ବୋଟକୁ ଧକ୍କା ଦେଇଛି।

Comments are closed.