www.samajalive.in
Thursday, December 11, 2025
18.1 C
Bhubaneswar

ରାସନ ଚାଉଳ ବଣ୍ଟନବେଳେ ଗଣ୍ଡଗୋଳ, ସମିତି ସଭ୍ୟଙ୍କୁ ଆକ୍ରମଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାର ସିଂ ପଞ୍ଚାୟତ ଅଧିନସ୍ଥ ଭାଲିଆଗଡ ଗାଁରେ ରାସନ ଚାଉଳ ବଣ୍ଟନ ସମୟରେ ଗୋଟିଏ ପରିବାରର କିଛି ସଦସ୍ୟ ଯୋଗାଣ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ଧମକ ଦେବା ଓଜନ ମେସିନ, ପିଡିଏସ ମେସିନ ଭଙ୍ଗାରୁଜା କରିବା ସହ ସମିତି ସଭ୍ୟଙ୍କୁ ଆକ୍ରମଣ ଏବଂ ସମିତି ସଭ୍ୟଙ୍କ ପକ୍ଷରୁ ପ୍ରତି ଆକ୍ରମଣ ନେଇ ଥାନାରେ ୩ ଟି ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ ଭାଲିଆଗଡ ଗାଁରେ ଆଜି ବଙ୍ଗଳା ସାହି ବାସିନ୍ଦ ଙ୍କୁ ରାସନ ଚାଉଳ ବଣ୍ଟନ ନିମନ୍ତେ ଦିନ ଧାର୍ଯ୍ୟ ସହ ସକାଳ ୭ ଟାରେ ବଣ୍ଟନ ଆରମ୍ଭ ହୋଇଥଲା।

ଏହି ସମୟରେ ଧୋବା ସାହିରେ ରହୁଥିବା ଡି ହେମ କୁମାର ଓ ତାଙ୍କ ଭାଇ ଡି ନରସିଂମା ଚାଉଳ ନେବା ପାଇଁ ସେଠାରେ ପହଞ୍ଚିଥିଲେ ‌। କିନ୍ତୁ ଦାୟିତ୍ୱରେ ରହିଥିବା ଯୋଗାଣ କର୍ମଚାରୀ ଏସ ଦେବରାଜ ମନା କରିଥିଲେ। ଏହାକୁ ନେଇ ହେମ କୁମାର ଉତ୍ୟକ୍ତ ହେବା ସହ ସେଠାରେ ଥିବା ରାସନ କାର୍ଡ ଗୁଡ଼ିକୁ ଫୋପାଡି ଦେଇଥିଲେ। ଏହା ପରେ ହେମ କୁମାର ଙ୍କ ଭାଇ ଡି ନରସିଂମା  ଓ ତାଙ୍କ ବାପା ଡି ଚିନ୍ତାମଣି ସେଠାରେ ପହଞ୍ଚି ଅଶ୍ରଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପିଡିଏସ ମେସିନ ଓ ଓଜନ ମେସିନକୁ ଭଙ୍ଗାରୁଜା କରିବା ସହ ଦେବରାଜ ଓ ତାଙ୍କ ସହଯୋଗୀ ଏସ ଶ୍ରୀନୁ କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ। ଘଟଣା ନେଇ ଏସ ଦେବରାଜଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ୫୬୭/୨୪ ରେ ଏକ ମାମଲା ରୁଜୁ କରିଛି।

- Advertisement -

ଅନ୍ୟପଟେ ଏହି ଘଟଣା ନେଇ ଡି ନରସିଂହାଙ୍କ ପକ୍ଷରୁ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିବା ସହ ସେ ଧୋବା ସାହି ସ୍ଥିତ ତାଙ୍କ ଘରେ ଥିବା ସମୟରେ ସମିତି ସଭ୍ୟ ଆଶିଷ ରାଉଳ ହାତରେ ଠେଙ୍ଗା ଓ ଲୁହା ରଡ଼ ଧରି ତାଙ୍କ ଘରେ ନିକଟକୁ ଆସି ସେମାନଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ହାତରେ ଧରିଥିବା ଲୁହା ରଡ଼ରେ ଆକ୍ରମଣ କରିଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ସହ ଆଶିଷ ତାଙ୍କ ଘରେ ମଧ୍ୟରେ ପସି ତାଙ୍କ ବାପା ଚିନ୍ତାମଣିଙ୍କୁ ମଧ୍ୟ ଆକ୍ରମଣ ସହ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୫୬୮/୨୪ ରେ ଏକ ମାମଲା ରୁଜୁ କରିଛି। ଅନ୍ୟ ପଟେ ସମିତି ସଭ୍ୟ ଙ୍କ ମାଁ ଜ୍ୟୋସ୍ନା ରାଉଳଙ୍କ ପକ୍ଷରୁ ଆଉ ଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ରାସନ ଚାଉଳ ବଣ୍ଟନ ସ୍ଥାନରେ କିଛି ଲୋକ ଗଣ୍ଡଗୋଳ କରୁଥିବା ଖବର ପାଇ ତାଙ୍କ ପୁଅ ତଥା ସମିତି ସଭ୍ୟ ଆଶିଷ ସେଠାରେ ପହଞ୍ଚି ଥିଲେ। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଡି ଚିନ୍ତାମଣି ତାଙ୍କ ଦୁଇ ପୁଅ ଆଶିଷ ସହ ଗଣ୍ଡଗୋଳ କରିବା ସହ ଖଣ୍ଡା ଓ ଠେଙ୍ଗାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ତାଙ୍କୁ ଆଘାତ ଲାଗିଥିଲା। ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ୫୬୯/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଗାଁରେ ଚାପା ଉତ୍ତେଜନା ରହିଥିବାରୁ ଥାନା ପକ୍ଷରୁ ସତର୍କ ନଜର ରଖିବା ସହ ମାମଲା ଆଧାର ରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories