ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ, ଶିକ୍ଷକ ଶ୍ରୀଧର ପାତ୍ର, ମୋନଜ କୁମାର ସାହୁକାର, ଅଜିତ ଦାସ, ଉମାଶଙ୍କର ଖରା ,ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ତମାଖୁ ବର୍ଜନ ବିଷୟରେ ବୁଝାଇଥିଲେ। ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ ଗୁରୁତ୍ୱପୂର୍ଣ୍ଣ ଭୁମିକା। ଯୁବ ସମାଜ ପାଇଁ ତମାଖୁ ସେବନ କରିବା ଦ୍ୱାରା କର୍କଟ, ହୃଦରୋଗ, ଶ୍ଵାସଜନିତ ରୋଗ, ମଧୁମେହ, ମସ୍ତିଷ୍କ ରୋଗ ହୋଇଥାଏ। ଏହା ଦ୍ୱାରା ବ୍ୟକ୍ତି ମୃତ୍ୟୁ ବରଣ କରିଥାନ୍ତି। ତମାଖୁ ଧୂଆଁ, ଧୁମହୀନ ତମାଖୁ ସେବନ ନ କରିବା ପାଇଁ ବୁଝାଇଥିଲେ। ଯଦି ତମାଖୁ ସେବନ କରୁଛନ୍ତି ତାହା ହେଲେ ତୁରନ୍ତ ଛାଡିବା ପାଇଁ ବୁଝାଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ପାର୍ଶାଲି ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କାନସୁର ଠାରେ ମଧ୍ୟ ତମାଖୁ ବର୍ଜନ ସଚେତନତା କରାଯିବା ସହ ସଂକଳ୍ପ କରାଇଥିଲେ।

Comments are closed.