www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରିସବେନ ଟେଷ୍ଟ ଅମୀମାଂଶିତ

ସମାଜ ଡିଜିଟାଲ ଡେସ୍କ: ବ୍ରିସବେନରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚ ଅମୀମାଂଶିତ ଭାବେ ଶେଷ ହୋଇଛି। ବୁଧବାର ଅନ୍ତିମ ଦିବସରେ ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତକୁ ବିଜୟ ପାଇଁ ୨୭୫ ରନର ଟାର୍ଗେଟ ଦେଇଥିଲା। ହେଲେ ସମୟ ଶେଷ ହେବା ପୂର୍ବରୁ ଭାରତ ବିନା କୌଣସି ଉଇକେଟ ହରାଇ ୮ ରନ ସଂଗ୍ରହ କରିଥିଲା। ଫଳରେ ମ୍ୟାଚର ଫଳାଫଳ ଅମୀମାଂଶିତ ରହିଥିଲା।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୪୪୫ ରନ ସଂଗ୍ରହ କରିଥିଲା। ଷ୍ଟିଭ ସ୍ମିଥ ଏବଂ ଟ୍ରାଭିସ ହେଡଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିଥିଲା। ଜବାବରେ ଭାରତ ପ୍ରଥମ ପାଳିରେ ୨୬୦ ରନ କରି ଅଲଆଉଟ ହୋଇଯାଇଥିଲା। କେ.ଏଲ. ରାହୁଲ, ରବୀନ୍ଦ୍ର ଜାଡ଼େଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ ଏବଂ ଯଶପ୍ରୀତ ବୁମରାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଭାରତ ଫଲୋଅନରୁ ରକ୍ଷା ପାଇଥିଲା। ଫଳରେ ଅଷ୍ଟ୍ରେଲିଆ ୨ୟ ପାଳି ବ୍ୟାଟିଂ କରିଥିଲା। ଯେଉଁଥିରେ ଦଳ ୭ ଉଇକେଟ ହରାଇ ୮୯ ରନ କରିବା ପରେ ପାଳି ଘୋଷଣା କରିଥିଲା। ଏହା ପରେ ଭାରତକୁ ବିଜୟ ପାଇଁ ୨୭୫ ରନ ଦରକାର ଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ପ୍ରଥମ ଇନିଂସରେ ସର୍ବାଧିକ ୬ଟି ଏବଂ ୨ୟ ଇନିଂସରେ ୩ଟି ଉଇକେଟ ଅକ୍ତିଆର କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories