ମୁମ୍ବାଇ ବୋଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
ମୁମ୍ବାଇ : ମୁମ୍ବାଇରେ ବୁଧବାର ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ ନିୟନ୍ତ୍ରଣ ହରାଇ ଏକ ଘରୋଇ ବୋଟ୍ ସହ ଧକ୍କା ହୋଇଛି । ଏଥିରେ ଯାତ୍ରୀବାହୀ ବୋଟରେ ଥିବା ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି । ୧୩ ମୃତକଙ୍କ ମଧ୍ୟରେ ୧୦ ନାଗରିକ ଥିବାବେଳେ ୩ ନୌସେନା କର୍ମୀ ସାମିଲ । ଫେରୀରେ ୧୦୯ ଯାତ୍ରୀ ଓ ୫ ଜଣ କ୍ରୁ ମେମ୍ବର ଥିଲେ । ମୁମ୍ବାଇ କୂଳରେ ହୋଇଥିବା ଏହି ଦୁର୍ଘଟଣାର ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଛି ।
Comments are closed.