www.samajalive.in
Monday, December 15, 2025
26.1 C
Bhubaneswar

ଯଦି ଖଡଗେ ଚାହୁଁଛନ୍ତି, ମୁଁ ଇସ୍ତଫା ଦେବି: ଶାହ

ସମାଜ ଡିଜିଟାଲ ଡେସ୍କ: ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ। ଡ. ବି.ଆର. ଆମ୍ବେଦକରଙ୍କ ସମ୍ପର୍କରେ ଶାହ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ବହିଷ୍କାର ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ପ୍ରକୃତରେ ଆମ୍ବେଦକରଙ୍କୁ ସମ୍ମାନ କରୁଥିବେ, ତେବେ ସେ ଶାହଙ୍କୁ ବୁଧବାର ମଧ୍ୟରାତ୍ରି ସୁଦ୍ଧା ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଉଚିତ ବୋଲି ଖଡଗେ କହିଥିଲେ।

ଖଡଗେଙ୍କ ଏଭଳି ମନ୍ତବ୍ୟ ଉପରେ ଶାହ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। କିନ୍ତୁ ଏହା ଦ୍ଵାରା କଂଗ୍ରେସର ଅବସ୍ଥାରେ କୌଣସି ପ୍ରଭାବ ପକାଇବ ନାହିଁ। ଶାହ ଖଡଗେଙ୍କ ଉଦ୍ଦେଶ୍ୟରେ ଆହୁରି କହିଥିଲେ, ଆପଣ ଯେଉଁ ପୃଷ୍ଠଭୂମିରୁ ଆସିଛନ୍ତି ତାହାର ଉନ୍ନତି ସାଧନ ସର୍ବଦା ଆମ୍ବେଦକର ଦ୍ଵାରା ହୋଇଥିଲା। ତା’ ପରେ ବି ଆପଣ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀରେ ନିଜକୁ ସାମିଲ କରିଛନ୍ତି। କଂଗ୍ରେସ ସର୍ବଦା ସମ୍ବିଧାନ ବିରୋଧୀ, ସଂରକ୍ଷଣ ବିରୋଧୀ, ଆମ୍ବେଦକର ବିରୋଧୀ। ଏ ନେଇ ସେମାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ଜରୁରିକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରକୁ କିପରି ଦଳିମକଚି ଦିଆଯାଇଥିଲା ତାହାର ବି କୌଣସି ଉତ୍ତର କଂଗ୍ରେସ ପାଖରେ ନାହିଁ ବୋଲି ଶାହ କହିଛନ୍ତି।

- Advertisement -

ଶାହ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେବା ବେଳେ କହିଥିଲେ ଯେ, ଆଜିକାଲି ଆମ୍ବେଦକର-ଆମ୍ବେଦକର କହିବା ଗୋଟିଏ ଫେସନରେ ପରିଣତ ହୋଇଗଲାଣି। ଶାହଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories