www.samajalive.in
Tuesday, December 9, 2025
19.1 C
Bhubaneswar

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌; ୫୦ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ମାମଲା ୫୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୦ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୧ଜଣ ରହିଛନ୍ତି ।

ଚିହ୍ନଟ ହୋଇଥିବା ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬ଜଣ ସଂକ୍ରମିତ ଥିବା କୁହାଯାଇଛି । ଆଜିର କରୋନା ମାମଲା ରାଜ୍ୟର ୧୧ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ୧୯ ଜିଲ୍ଲାରୁ କୌଣସି କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି ।

- Advertisement -

ଖୋର୍ଦ୍ଧାରୁ ସର୍ବାଧିକ ୨୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭, ବାଲେଶ୍ୱରରୁ ୪, କଟକରୁ ୩, ଜଗତସିଂହପୁର, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ, ଗଞ୍ଜାମ, ଝାରସୁଗୁଡ଼ା, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ରାଜ୍ୟରେ ହ୍ରାସ ପାଇଛି ।

ଫଳରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୨ଶହ ଟପି ୨୩୯ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ଏଯାଏ କରୋନାରେ ମୋଟ୍‌ ୧୨,୮୮,୮୫୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨,୭୯,୪୩୩ଜଣ ସୁସ୍ଥ ହୋଇସାରିଛନ୍ତି ।

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories