mission shakti banner

ଓଡ଼ିଶାରୁ କେମିକାଲ୍ ବୋଝେଇ ଟ୍ରକ ଯାଉଥିଲା ପାକିସ୍ତାନ; ଓଡ଼ିଶା ସମେତ ରାୟପୁର ଓ ଭିଲାଇ ପୁଲିସ ଚଳଚଞ୍ଚଳ

BSKY banner  750×100
0

ନୂଆଦିଲ୍ଲୀ: ଭାରତ ଓ ପାକ୍‍ ସମ୍ପର୍କର ତିକ୍ତତା କେବଳ ସୀମାନ୍ତରେ କାହିଁକି ତଟବର୍ତ୍ତୀ ରାଜ୍ୟଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସମ୍ପ୍ରତ୍ତି ଦେଖିବାକୁ ମିଳିଛି। ଏକ ସୂଚନାକୁ ଭିିତ୍ତି କରି ଓଡ଼ିଶା ସମେତ ରାୟପୁର ଓ ଭିଲାଇ ପୁଲିସର ଦୀର୍ଘ ପ୍ରଚେଷ୍ଟା ପରେ ବାସ୍ତବତା ସାମ୍ନାକୁ ଆସିଛି। ଓଡ଼ିଶାର ଭବାନୀପାଟଣା ପୁଲିସକୁ ସକାଳୁ ସକାଳୁ ଏକ ସୂଚନା ମିଳିଥିଲା। ଭବାନୀପାଟନାରୁ ଏକ ଟ୍ରକ ସନ୍ଦେହଜନକ କେମିକାଲ୍ ନେଇ ଛତିଶଗଡ଼, ଭିଲାଇ ହୋଇ ବିଶାଖାପଟ୍ଟନାମ ଯାଉଛି। ସେଠାରୁ ଏହି ଟ୍ରକକୁ ପାକିସ୍ତାନ ପଠାଯିବ। ପାକିସ୍ତାନ ନା ଶୁଣି ଓଡ଼ିଶା ପୁଲିସ ଚଳଚଞ୍ଚଳ ହୋଇ ପଡ଼ିଥିଲା। ଏହି ସୂଚନାକୁ ରାୟପୁର ଓ ଭିଲାଇ ପୁଲିସକୁ ମଧ୍ୟ ପ୍ରେରଣ କରାଯାଇ ଉକ୍ତ ଟ୍ରକକୁ ଠାବ କରିବାକୁ ଲାଗି ପଡ଼ିଲା ଓଡ଼ିଶା ପୁଲିସ। ଦିନ ତମାମ ରାୟପୁର ଓ ଭିଲାଇ ପୁଲିସ ପାଖରୁ ମିଳୁଥିବା ସୂଚନାକୁ ଭିତ୍ତି କରି ତଦନ୍ତ ଚଲାଇ ଥିଲା ପୁଲିସ। ପୁଲିସର ତତ୍ପରତା ହେତୁ ଠାବ ହେଲା ଟ୍ରକ। ଟ୍ରକରେ ବୋଝେଇ ହୋଇଥିବା କେମିକାଲ ନମୁନା ପଠାଗଲା ଲ୍ୟାବ। ପାକିସ୍ତାନର ଯେଉଁ ଠିକଣାକୁ ଏହି କେମିକାଲ ପଠାଯାଉ ଥିଲା ତା’ର ସତ୍ୟାସତ୍ୟ ଯାଞ୍ଚ ପାଇଁ ଗୁଇନ୍ଦା ବିଭାଗକୁ ଚିଠି ହେଲା। ଦିନ ତମାମ ଅନୁସନ୍ଧାନ ଚାଲିବା ପରେ ଶେଷରେ ପାକିସ୍ତାନକୁ ପଠାଯାଉ ଥିବା ସନ୍ଦେହଜନକ କେମିକାଲର ପରିଚୟ ମିଳିଲା। ଟ୍ରକରେ ଲଦା ଯାଇଥିବା କେମିକାଲ ଆଲୁମିନିୟମ ସଲଫେଟ ଅଟେ।

ଏହା ମୁଖ୍ୟତଃ ପାଣି ସଫା କରିବା ଓ କାଗଜ ଓ କପଡ଼ା ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଅପରପକ୍ଷରେ ପାକିସ୍ତାନରେ ଯେଉଁ ବ୍ୟବସାୟୀଙ୍କ ନିକଟକୁ ଏହି ସାମଗ୍ରୀ ପଠା ଯାଉଥିଲା ସେ ମଧ୍ୟ ଉପଯୁକ୍ତ କାଗଜପତ୍ର ପ୍ରଦାନ କରିଥିଲେ। ଏସବୁ ତଦନ୍ତ ପରେ ଶେଷରେ ଟ୍ରକଟିକୁ ପୁଲିସ ଛାଡ଼ି ଦେଇଥିଲା।

Leave A Reply