www.samajalive.in
Monday, December 15, 2025
16.1 C
Bhubaneswar

ଅନୁସୁଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ସାମୁହିକ ବିକାଶକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଗତ କରିଛନ୍ତି । ଏହି ବଜେଟରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଅ ବର୍ଗର ଶୈକ୍ଷିକ ଅଭିବୃଦ୍ଧିକୁ ଗୁରୁତ୍ବ ଦିଆଯାଇଛି । ରାଜ୍ୟ ସରକାର ନିଜ ପାଣ୍ଠିରୁ ଶିକ୍ଷା ଭିତ୍ତିଭୂମି, ଛାତ୍ରବୃତ୍ତି, ଛାତ୍ରଛାତ୍ରୀମାନଙ୍କ ରହିବା, ଖାଇବା, ପୁସ୍ତକ ଓ ପଠନ ସାମଗ୍ରୀ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ’ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮୧୧ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ କରାଯାଇଛି। ଏହି ଯୋଜନାରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପାଇ ଉପକୃତ ହେବେ। ଏମାନଙ୍କ ମଧ୍ୟରେ ୬୦ ଭାଗରୁ ଅଧିକ ଛାତ୍ରୀ ମଧ୍ୟ ଉପକୃତ ହୋଇପାରିବେ।

ବିଶେଷ କରି ଏହା ଦ୍ବାରା ପ୍ରାକ ଏବଂ ପରବର୍ତ୍ତୀ ଦଶମ ଶ୍ରେଣୀର ଆବାସିକ ଶିକ୍ଷା ଓ ଛାତ୍ରବୃତ୍ତି ପାଉଥିବା ଛାତ୍ରଛାତ୍ରୀ ଉପଯୁକ୍ତ ହୋଇପାରିବ । ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟର ୯୯% ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶକୁ ନଜରରେ ରଖି ପ୍ରତ୍ୟକ ପିଲାଙ୍କ ପାଇଁ ବର୍ଷକୁ ଅତିରିକ୍ତ ୧ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ରଖାଯାଇଛି। ଯାହା ଦ୍ବାରା ୬ ଲକ୍ଷରୁ ଅଧିକ ଅନୁସୁଚିତ ଜାତି ଜନଜାତି ଅନ୍ତେବାସୀ ସପ୍ତାହରେ ୪ ଥର ଅଣ୍ଡା ଏବଂ ୬ ଥର ଆମିଷ ଖାଦ୍ୟ ଖାଇପାରିବେ। ଫଳରେ ଏହି ଛାତ୍ରଛାତ୍ରୀମାନେ ଅଧିକ ପୌଷ୍ଟିକ ଖାଦ୍ୟ ପାଇପାରିବେ। ଏହା ସହିତ ଦିବା ସ୍କୁଲରେ ପାଠ ପଢୁଥିବା ଷଷ୍ଟରୁ ଅଷ୍ଟମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ବାର୍ଷିକ ଖର୍ଚ ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ସେମାନଙ୍କ ରକ୍ଷଣାବେକ୍ଷଣରେ ବେଶ ସହାୟକ ହୋଇପାରିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର।

- Advertisement -

‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ମାଟ୍ରିକ ପରବର୍ତ୍ତୀ ପାଠ ପଢିବାକୁ ଚାହୁଁଥିବା ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ଶିକ୍ଷା ପାଇଁ ଛାତ୍ରବୃତ୍ତିରେ ସହାୟକ ହେବ। ସେଭଳି ମାଟ୍ରିକ ପରବର୍ତ୍ତୀ ପାଠପଢୁଥିବା ଅନ୍ତେବାସୀଙ୍କ ପାଇଁ ବର୍ଷକୁ ୧ ହଜାର ଏବଂ ଦିନ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫ ଶହ ଟଙ୍କା ବ୍ୟୟ ପ୍ରସ୍ତାବ କରାଯାଇଛି ।

ରାଜ୍ୟର ଅଗ୍ରଣୀ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ମାନଙ୍କରେ “ଅନ୍ବେଷା” ଯୋଜନାରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୩-୨୪ ପାଇଁ ୧୨୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ କରାଯାଇଛି । ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଏବଂ ପାଠପଢାରେ ଖ କରାଯିବ । ସେହି ଭଳି “ଆକାଂକ୍ଷା” ଯୋଜନାରେ ସହରାଂଚଳରେ ରହି ପାଠ ପଢୁଥିବା ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୪ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖାଯାଇଛି ।

ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟର ସମସ୍ତ ୪୨୨ଟି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର ଖୋଲି କୋଡିଂ, ଟିଙ୍କେରିଂ, ଆଇସିଟି ଲ୍ୟାବ ବ୍ୟବସ୍ଥା କରାଯାଇଛି । ସ୍ବାସ୍ଥ୍ୟ, ଶିକ୍ଷା,ଦାରିଦ୍ର୍ୟ ଦୂରୀକରଣ, ଗ୍ରାମୀଣ ରୋଜଗାର, ଗୃହ ଓ ବିଦ୍ୟୁତିକରଣ ଭଳି ବିଭାଗର ବିଭିନ୍ନ ଯୋଜନାରେ ଅନୁସୁଚିତ ଜାତି ଓ ଜନଜାତିର ଉନ୍ନତି ପାଇଁ ଯଥାକ୍ରମେ ୧୬୦୭୨ ଏବଂ ୨୦୪୧୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖାଯାଇଛି । ଏ ମଧ୍ୟରେ ପ୍ରାକ ଓ ମାଟ୍ରିକ ପରବର୍ତ୍ତୀ ଶ୍ରେଣୀରେ ପାଠ ପଢୁଥିବା ୩ ଲକ୍ଷ ଅନୁସୁଚିତ ଜାତି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ୫୦ ହଜାରରୁ ଅଧିକ ଅନୁସୁଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୬୯ଟି ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଛି ।

ରାଜ୍ୟରେ ଅନୁସୁଚିତ ବହୁଳ ୫୨୫ଟି ଗାଁର ଭିତ୍ତିଭୂମି ଯଥା ଗୋଷ୍ଠୀ କେନ୍ଦ୍ର, ସଂଯୋଗୀକରଣ, ଜଳ ନିଷ୍କାସନ, ଜଳ ଯୋଗାଣ କାର୍ୟ୍ୟକୁ ଆଗେଇବା ପାଇଁ ବ୍ୟବସ୍ଥା କରାଯାଉଛି । ଆଦିବାସୀ ପରିବାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ଲଷ୍ଟର ପଦ୍ଧତିରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରଖାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ପର୍ୟ୍ୟାୟରେ ଦେଢ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ବେଳେ ପର୍ୟ୍ୟାୟ କ୍ରମେ ରାଜ୍ୟର ୧୪ ଲକ୍ଷ ୫୦ ହଜାର ଆଦିବାସୀ ପରିବାରକୁ ଏହି ମିଶନରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରାଯାଇଛି ।

ଅନୁସୁଚିତ ଜାତି ଜନଜାତି ଭଳି ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ଙଈଉ ଛାତ୍ରାବାସ ମଧ୍ୟରୁ ୬୬ଟି ଛାତ୍ରାବାସର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ବର୍ଷକୁ ପଛୁଆ ବର୍ଗର ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ସୁବିଧା ଓ କୌଶଳ ବିକାଶ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟସରକାର ।

ସଂଖ୍ୟାଲଘୁ ସଂମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଶହେଟି ଶିକ୍ଷାନୁଷ୍ଠାନ ନିର୍ମାଣ କାର୍ୟ୍ୟ ହାତକୁ ନିଆଯାଇଥିବା ବେଳେ ୨୩ ଟି ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କାମ ଜାରି ରହିଛି । ଏହି ସମ୍ପ୍ରଦାୟର ସାଂସ୍କୃତିକ, ଐତିହର ସଂରକ୍ଷଣ ପାଇଁ ଶହେଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ନିର୍ମାଣ କାର୍ୟ୍ୟ କରାଯାଉଛି ।

ଓଡିଶାର ୯ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ରାଜ୍ୟ ସରକାର ୨୦୧୭-୧୮ରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ୨୮୧ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପୀଠସ୍ଥଳୀର ସଂରକ୍ଷଣ, ସାଂସ୍କୃତିକ ଗୃହ ନିର୍ମାଣ, ସାପ୍ତାହିକ ହାଟର ଉନ୍ନତିକରଣ କରାଯାଉଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧୭୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ କରାଯାଇଛି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories