www.samajalive.in
Monday, December 15, 2025
14.1 C
Bhubaneswar

‘ୱଣ୍ଡର ୱାର୍ଲ୍ଡ’ରେ ପାଳିତ ହେବ ହୋଲିୟାଁ, ଆକର୍ଷଣ ସାଜିବ ଡିଜେ ୱାର

ଭୁବନେଶ୍ବର: ଚଳିତ ବର୍ଷ ଓଡିଶାର ପୁରୀ ମାଳତିପାଟପୁର ସ୍ଥିତ ସର୍ବବୃହତ ୱାଟର ପାର୍କ ‘ୱଣ୍ଡର ୱାର୍ଲ୍ଡ’ ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବରେ ପାଳିତ ହେବ। ହୋଲି ପର୍ବ ଉପଲକ୍ଷେ ଏଠାରେ ମାର୍ଚ୍ଚ ୭ ଓ ୮ ତାରିଖ ଦୁଇଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଯାହାର ନାମ ରଖାଯାଇଛି ‘ହୋଲିୟାଁ’ । ‘ହୋଲିୟାଁ’ର ପ୍ରଥମ ଦିନ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ଡିଜେ ୱାର ଅନୁଷ୍ଠିତ ହେବ, ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ଓଡିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବଛା ବଛା ୪ ଟି ଦଳ ଭାଗ ନେବେ। ଏହି ଦଳ ପାର୍କ ପରିସରରେ ଥିବା ୱେଭ୍ ପୁଲ ଷ୍ଟେଜରେ ନିଜର ଦକ୍ଷତାଓ ପ୍ରତିଭା ପ୍ରଦର୍ଶନ କରିବେ। ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ଏହି ୪ ଦଳ ମଧ୍ୟରୁ ଜଣଙ୍କୁ ଚାମ୍ପିୟନ ଓ ଅନ୍ୟ ଦଳକୁ ରନର୍ସ ଅପ ଭାବେ ଘୋଷଣା କରାଯିବ। ଚାମ୍ପିୟନ ଦଳକୁ ୨୦ ହଜାର ଓ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ଦିଆଯିବ।

- Advertisement -

ସେହିପରି ଦ୍ୱିତୀୟ ଦିନ ( ମାର୍ଚ୍ଚ ୮) ରେ ୭ ତାରିଖରେ ବିଜୟୀ ତଥା ଉପବିଜୟୀ ହୋଇଥିବା ଡ଼ିଜେ ଦଳ ମଧ୍ୟରେ ପ୍ରତିଯୋଗିତା ହେବ । ଦୁଇଦଳ ମଧ୍ୟରୁ କିଏ ଚାମ୍ପିୟନ ହେବ ତାହା ମଧ୍ୟ ଭୋଟିଂ ଜରିଆରେ ନିଷ୍ପତ୍ତିି ହେବ । ଦ୍ୱିତୀୟ ଦିନରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ଓଲିଉଡ଼ର ଦୁଇ କଣ୍ଠଶିଲ୍ପୀ ତାରିକ୍ ଅଜିଜ୍ ଓ ନାଭିଆ । ଦୁଇ କଳାକାର ସଙ୍ଗୀତର ଯାଦୁ ଦର୍ଶକଙ୍କୁ ଦେଖାଇବେ ବୋଲିଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବେ କେବଳ ରାଜ୍ୟ ନୂହେଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। ସବୁ ବର୍ଗର ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର ସହ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍ ଯୋଗାଇବାରେ ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି ଏହି ୱାଟର ପାର୍କ। ଏଠାରେ ଜଳକ୍ରୀଡ଼ା ସହ ରହିବା, ଖାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି ବୋଲି ପ୍ରଦ୍ୟୁମ୍ନ ମିଶ୍ର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୱଣ୍ଡର ୱାର୍ଲ୍ଡର ପ୍ରତିଷ୍ଠାତା ଡ.ନାରାୟଣ ପାତ୍ର , ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories