କୋଇଲା ଖଣିରୁ ମିଳିଲା ୨ କିଲୋ ଓଜନର ହୀରା! ଏହାକୁ ଦେଖିବା ପରେ ଅଧିକାରୀଠାରୁ ଶ୍ରମିକ ସମସ୍ତେ କଲେ ଏପରି କାମ ପୁଲିସ…

ଝାନ୍ସି- ଉତ୍ତରପ୍ରଦେଶର ଝାନସୀରେ ଥିବା ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଖଲାସୀ ବେଳେ ତା ଭିତରୁ ୨ କିଲୋ ଓଜନର ହୀରା ପରି ଓଜନିଆ ପଥର ବାହାରିଥିଲା । ଏହାକୁ ଦେଖି ସେଠାରେ ଥିବା ଶ୍ରମିକ ମାନେ ତାକୁ ନେବା ପାଇ ଝଗଡା କରିଥିଲେ । ତାହାର କିଛି ଅଂଶ ଭାଙ୍ଗି ଅନେକ ଶ୍ରମିକ ସେଠାରୁ ଫେରାର ହୋଇଯାଇଥିଲେ । ପରେ କେହି ଏହାର ଭିଡିଓ କରି କମ୍ପାନୀର ସୁପର ଭାଇଜରକୁ ଦେଇଥିଲେ । ସେ ସେଠାରେ ପହଞ୍ଚି ଏହାକୁ ଯାଞ୍ଚ କରିବାକୁ ନେଉଛି କହି ନିଜ ଘରକୁ ନେଇ ପଳାଇଥିଲେ ।

ପରେ କିଛି ଉପରିସ୍ଥ ଅଧିକାରୀ ସେ ବିଷୟରେ ଜାଣି ସୁପରଭାଇଜର୍‌ ଘରେ ପହଞ୍ଚି ସେହି ହୀରା ପରି ଖଣ୍ଡକୁ ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣା ଜଣା ପଡିବା ପରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ମୁଖ୍ୟ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ୨ କ୍ୟାରେଟ୍‌ ଚମକଦାର ପଥର ହୀରାର ପୂର୍ବାବସ୍ଥା ବୋଲି କୁହାଯାଉଛି । ହୀରା ୧୦ କ୍ୟାରେଟ୍‌ ସୁଦ୍ଧ ହୋଇଥିବା ବେଳେ ଏହା ୨ କ୍ୟାରେଟ୍‌ ସୁଦ୍ଧ । ଏହାକୁ ଯାଞ୍ଚ କରିବା ପାଇଁ ଗବେଷଣାଗାରକୁ ପଠାଯାଇଥିବା କଥା ତାପଜ କେନ୍ଦ୍ରର ମୁଖ୍ୟ କହିଛନ୍ତି । ତେବେ ସରକାରୀ କୋଇଲାରୁ ବାହାରିଥିବା ଚମକଦାର ପଥର ଦେଖିବା ପରେ ସମସ୍ତଙ୍କର କିପରି ଗୁଣ ପରିବର୍ତ୍ତନ ହୋଇଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ।

Comments are closed.