ଏଇଠି ପଢ଼ନ୍ତୁ ବଜେଟ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ…

  •  ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା
  • ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
  • କୃଷି କ୍ଷେତ୍ରର ବିକାଶ ପାଇଁ ୩୭୮୦୦ କୋଟି
  • ମତ୍ସ୍ୟ ଓ ପଶୁପାଳନ ପାଇଁ ୧୯୦୯ କୋଟି ବ୍ୟୟବରାଦ
  • ଏନଏଚଏଆଇ ପରି ଗଠନ ହେବ ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା
  • ୪ ଲେନ ହେବ ରାଜ୍ୟ ରାଜପଥ, ୩ ହଜାର କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ, ଖର୍ଚ୍ଚ ହେବ ୬ ହଜାର ୫୦୨ କୋଟି
  • ଗ୍ରାମୀଣ ପରିବହନ ପାଇଁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା, ୧ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୪୭୦ କୋଟି ବ୍ୟୟ ଅଟକଳ
  • ନୂତନ ସେତୁ ପ୍ରକଳ୍ପ ପାଇଁ ୨ ହଜାର କୋଟି
  • କେନ୍ଦ୍ର ସରକାରଙ୍କଠାରୁ ମିଳିଛି ସୁଧମୁକ୍ତ ୫୦ ହଜାର କୋଟି ଟଙ୍କା ଋଣ
  • ରାଜଧାନୀ ଭୁବନେଶ୍ଵରରେ ଟ୍ରାଫିକ ଜାମ ରୋକିବାକୁ ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା
  • ରାଜ୍ୟ ବନ୍ଦରଗୁଡ଼ିକର ବିକାଶ ପାଇଁ ଖର୍ଚ୍ଚ ହେବ ୧୭୦୭ କୋଟି
  • ବିମାନ ଚଳାଚଳ ବ୍ୟାପକ କରିବା ସକାଶେ ୩୮୨ କୋଟିର ବ୍ୟୟବରାଦ
  • ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଲାଗୁ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଖର୍ଚ୍ଚ ହେବ ୧୪୬ କୋଟି
  • ଗୋମାତା ଯୋଜନା ପାଇଁ ୪୬ କୋଟି ବ୍ୟୟବରାଦ
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଜରିଆରେ ୬୫୦ କୋଟି ବ୍ୟୟ ଅଟକଳ
  • ସଂଶୋଧିତ ହୋଇଛି ହସ୍ତଶିଳ୍ପ ତାଲିକା, ହସ୍ତତନ୍ତ ଓ ବୟନଶିଳ୍ପ ପାଇଁ ଖର୍ଚ୍ଚ ହେବ ୧୨୨ କୋଟି, ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ମିଳିବ ବ୍ୟାଙ୍କ ଋଣ
  • ଅର୍ଥନୈତିକ ବିକାଶରେ ସାମିଲ ହେବ ପର୍ଯ୍ୟଟନ, ସରକାର ଖର୍ଚ୍ଚ କରିବେ ୮୨୦ କୋଟି, ପର୍ଯ୍ୟଟନର ସମନ୍ବିତ ବିକାଶ ପାଇଁ ବ୍ୟୟ ହେବ ୩୯୫ କୋଟି
  • ଲାଗୁ ହେବ ଶ୍ରୀଜଗନ୍ନାଥ ଯୋଜନା, ସଦର ମହକୁମାରୁ ମାଗଣାରେ ବସରେ ଆସିବେ ଶ୍ରଦ୍ଧାଳୁ, ମହାପ୍ରଭୁଙ୍କୁ ଦର୍ଶନ ସହିତ ମାଗଣାରେ ଅବଢ଼ା ଖାଇବେ
  • ଅନ୍ତୋଦୟ ଯୋଜନା ପାଇଁ ବଜେଟରେ ୭ ହଜାର ୫୫୦ କୋଟି ଖର୍ଚ୍ଚ ହେବ
  • ପିଏମ ଜନମନ ଯୋଜନାରେ ବଣ୍ଟନ ହେବ ୨୦୦ କୋଟି
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୫ ଲକ୍ଷ ଘର, ବଣ୍ଟନ ହେବ ୪୫୦୦ କୋଟି ଟଙ୍କା
  • ପାନୀୟଜଳ ଯୋଗାଣ ଲାଗି ୭ ହଜାର କୋଟିର ବ୍ୟବସ୍ଥା, ପାନୀୟଜଳ ଜୀବନ ମିସନ ଜରିଆରେ ଖର୍ଚ୍ଚ ହେବ ଏହି ଅର୍ଥ
  • ବସୁଧା ଯୋଜନାରେ ୧୬୦୦ କୋଟି ମଞ୍ଜୁର
  • ଅକ୍ଷୟ ଶକ୍ତି ଯୋଜନାରେ ବ୍ୟୟ ହେବ ୮୯୦ କୋଟି
  • ୫୮ ଉପଖଣ୍ଡରେ ନିର୍ମାଣ ହେବ ନୂତନ ଶୀତଳ ଭଣ୍ଡାର, ଅଚଳ ଶୀତଳ ଭଣ୍ଡାର ପୁନରୁଦ୍ଧାର ହେବ, ଖର୍ଚ୍ଚ ହେବ ୨୫୨ କୋଟି
  • ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ବ୍ୟୟ ଅଟକଳ
  • ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ ବ୍ଲକକୁ ବର୍ଦ୍ଧିତ ହୋଇଥିବା ସୂଚନା, ମିଲେଟ ପାଇଁ ଏମଏସପି ୪୨୯୦ ଟଙ୍କା ବାଦ୍‌ ଅଧିକ ୨୦୦ ଟଙ୍କା ଦିଆଯିବ
  • ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ଟଙ୍କା
  • ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ
  • ୨୦୨୫-୨୬ରେ ୨ ଲକ୍ଷ ୭୫ ହଜାର ହେକ୍ଟର ଜମି ଜଳସେଚିତ ହେବ
  • ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ
  • ହୀରାକୁଦ ଡ୍ୟାମର ନବୀକରଣ ଲାଗି ୮୫୦ କୋଟି ବ୍ୟୟବରାଦ, ଅନ୍ୟାନ ଡ୍ୟାମର ଉନ୍ନତି ପାଇଁ ୫୭ କୋଟି
  • ନଳକୂପଗୁଡ଼ିକ ପାଇଁ ୧୧୫୦ କୋଟି ବ୍ୟୟବରାଦ
  • ୩୧୩ ଚେକ୍‌ ଡ୍ୟାମରେ ଖର୍ଚ୍ଚ ହେବ ୩୫୦ କୋଟି
  • ୧୯୩ କିଲୋମିଟର ଲୁଣିବନ୍ଧ ଯୋଜନା ପାଇଁ ୭୫୭ କୋଟିର ବ୍ୟବସ୍ଥା ହୋଇଛି
  • ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବରାଦ
  • ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଖର୍ଚ୍ଚ ହେବ ୧୨ କୋଟି
  • ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା ପାଇଁ ୧୦୦ କୋଟି
  • ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ୮୨୦ କୋଟି ଟଙ୍କା ଅଟକଳ
  • ସ୍କୁଲ ଶିକ୍ଷା ପାଇଁ ୩୧ ହଜାର କୋଟିର ବ୍ୟୟବରାଦ
  • ମଧ୍ୟାହ୍ନ​‌ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ ଲଡୁ
  • ଆମ କୁନି ପିଲା ଅଭିଯାନ ପାଇଁ ୮ କୋଟି
  • ଅଙ୍ଗନୱାଡ଼ି ପିଲାଙ୍କୁ ୟୁନିଫର୍ମ ଲାଗି ୮୫ କୋଟି
  • କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟୟ ହେବ ୨୭୦ କୋଟି ଟଙ୍କା
  • ସ୍ବଚ୍ଛ ଓଡ଼ିଶା ପାଇଁ ୨୦୦ କୋଟି
  • ସମୃଦ୍ଧ ସହର ପାଇଁ ୪୦୮ କୋଟି
  • ୱାର୍ଲ୍ଡ ସ୍କିଲ ସେଣ୍ଟର ପାଇଁ ୧୨୩ କୋଟି
  • ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
  • ଭିନ୍ନକ୍ଷମ ସୁରକ୍ଷା ଯୋଜନା ପାଇଁ ୯୧୨୧ କୋଟି ଟଙ୍କା
  • ସ୍ନାତକୋତ୍ତର ସିଟ୍ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ନିଷ୍ପତ୍ତି
  • ଗୋଦାବରୀଶ ମିଶ୍ର ଆଦର୍ଶବିଦ୍ୟାଳୟ ଯୋଜନା ପାଇଁ ୨୯୬୦ କୋଟି
  • ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ ପାଇଁ ୧୯୩ କୋଟି ଟଙ୍କା
  • ଆମେ ପଢ଼ିବା ଆମ ଭାଷାରେ ଯୋଜନା ପାଇଁ ୨୫ କୋଟି
  • ଗଙ୍ଗାଧର ମେହେର ଶିକ୍ଷା ଯୋଜନା ପାଇଁ ୧୯୩ କୋଟି
  • ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି
  • ପାରାଦୀପରେ ନିର୍ମାଣ ହେବ ଗ୍ରୀନଫିଲ୍ଡ ବିମାନବନ୍ଦର,
  • ଆଦର୍ଶ ମଣ୍ଡି ପାଇଁ ଖର୍ଚ୍ଚ ହେବ ୫୦ କୋଟି
  • ଅଟଳ ବସଷ୍ଟାଣ୍ଡ ପାଇଁ ୧୨୬୬ କୋଟି ଟଙ୍କାର ବ୍ୟବସ୍ଥା
  • ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨ ହଜାର କୋଟି ଟଙ୍କା
  • ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି ବ୍ୟୟବରାଦ
  • ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି
  • ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
  • ଦକ୍ଷିଣ ଓଡ଼ିଶ ବିକାଶ ପରିଷଦ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳ
  • ପଞ୍ଚସଖା ଶିକ୍ଷା ସେତୁ ଯୋଜନାରେ ୧୪୦ କୋଟି ବ୍ୟୟବରାଦ
  • ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ଟଙ୍କା ବରାଦ
  • ବିଧାୟକ ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି

Comments are closed.