ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

ମାନାମା – ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପାଳନ କରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ । ପାରମ୍ପରିକ ରୀତିରେ, ବାହାରିନ ଓଡ଼ିଆ ସମାଜ ର ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ଓ ଶ୍ରୀ ଶ୍ରୀ ରାଧା ଗୋପାଳ କୃଷ୍ଣ ମନ୍ଦିରର ଅକ୍ଷୟ ପ୍ରଭୁ ଓ ପ୍ରଶାନ୍ତ ପ୍ରଭୁ ରଥ ଉପରେ ଛେରାପହଁରା କରିବା ପରେ ରଥ ଆଗକୁ ଗଡ଼ିଥିଲା ।

ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ରଥ ଟାଣିଥିଲେ । ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ,ସଂପାଦକ ସୌମ୍ୟଦର୍ଶୀ ଦାଶ,ସାଂସ୍କୃତିକ ସଂପାଦକ ପ୍ରିୟମ୍ବଦା ସାହୁ ଓ ଲକ୍ଷ୍ମୀକାନ୍ତ ନନ୍ଦ ,ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ।

ବିଦେଶର ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ର କଥା ବୋଲି, ଯୁଗ୍ମସଂପାଦକ ଦିଲ୍ଲୀପ ସ୍ବାଇଁ କହିଥିଲେ। ରଥ ନିର୍ମାଣ ଠୁ ଆରମ୍ଭ କରି ରଥ ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ କିଶୋର ଦାସ, ଦିନେଶ ମହାନ୍ତି,ମନୋଜ୍ ଲୁଗୁନ, ରାମ ଚନ୍ଦ୍ର ସାହୁ, ଚିନ୍ମୟ ମହାପାତ୍ର , ଅମରେଶ ପଣ୍ଡା, ସାରଦା ପଟ୍ଟନାୟକ, ଦୀପକ ସାହୁ ,କୁମାର, ଅଶୋକ ପାଣି, ଭବାନୀ ପ୍ରସାଦ ମିଶ୍ର, ବସନ୍ତ କୁମାର ସାବତ , ରଜତ ସାହୁ, ଅମରନାଥ ସୁବୁଦ୍ଧି , ସରୋଜ ସାମଲ ଓ ଅନେକ ସଦସ୍ୟ ସହଯୋଗ କରିଥଲେ। ବାହାରିନ ଓଡ଼ିଆ ସମାଜ ର ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ଭକ୍ତ ମାନଙ୍କୁ ଉଦବୁଦ୍ଧ ଦେଇ ବାହାରିନ ରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥ ଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ପାରମ୍ପରିକ ରୀତିନୀତି ରେ ରଥ ଯାତ୍ରା କାର୍ଯ୍ୟକ୍ରମ ସାରିଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆକୁ ଧନ୍ୟବାଦ୍ ଜଣାଇବା ସହ,ସଂଗଠନ କୁ ସୁଦୃଢ କରିବା ଓ ଜଗନ୍ନାଥ ସଂସ୍କୃତି ,ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହେବା ସହ ପ୍ରତେକ ବର୍ଷ ବାହାରିନ ରେ ରଥ ଯାତ୍ରା ହେବ ଆଲୋଚନା କରିଥଲେ।। ମାନସୀ ମହାପାତ୍ର ଏହି ସଭା କାର୍ଯ୍ୟ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।ସର୍ବଶେଷରେ ଶିବାଶିଷ ମହାନ୍ତି ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣେଇଥିଲେ ।

Comments are closed.