www.samajalive.in
Tuesday, December 9, 2025
17.1 C
Bhubaneswar

ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣ, ଓଡ଼ିଆ ଯବାନ ସୁଶାନ୍ତ ସହିଦ

ଡେସ୍କ: ଝାଡ଼ଖଣ୍ଡରେ ଆଜି ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସେ ହେଉଛନ୍ତି ସୁଶାନ୍ତ କୁମାର ଖୁଣ୍ଟିଆ। ସେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଂଚଳର ବୋଲି ଜଣାପଡିଛି। ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ୨୦୧୨ରୁ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଆଜି ଦୁଇ ଜଣ ଯବାନ ଆହତ ହୋଇଥିଲେ। ଉଭୟ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବିମାନ ଯୋଗେ ରାଞ୍ଚି ନିଆ ଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା ବୋଲି ଜଣାପଡିଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଯବାନ ମାନେ ଏକ କମ୍ବିଂ ଅପରେସନରୁ ଫେରୁଥିବା ବେଳେ ନକ୍ସଲ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଲହାନ ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ସିଆରପିଏଫ, ଝାଡ଼ଖଣ୍ଡ ପୁଲିସ, କୋବ୍ରା, ଝାଡ଼ଖଣ୍ଡ ଜାଗୁଆର ଏବଂ ଅନ୍ୟାନ୍ୟ ରାଜ୍ୟ ବାହିନୀ ଏହି ତିନି ଦିନିଆ ଅପରେସନରେ ସାମିଲ ହୋଇଥିଲେ।

ଏହି ଆକ୍ରମଣରେ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମୃତ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିସାହିରେ। ସେ ୨୦୧୧ରେ ସିଆରପିଏଫ ୬୦ ବାଟାଲିୟନର ଯବାନ ଭାବେ କାର୍ଯ୍ୟରତ ଥିଲେ। ୨ ମାସ ତଳେ ସେ ବିବାହ କରିଥିଲେ। ଝାଡଖଣ୍ଡ ପଶ୍ଚିମ ସିଂହଭୂମି କୋଲହନ ଜଙ୍ଗଲରେ ସିଆରପିଏଫ ଯବାନଙ୍କ ଚାଲିଥିଲା କୁମ୍ବିଂ ଅପରେସନ। ୨୦୨୦ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ତାଙ୍କ ବଡ ଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆଙ୍କ ମୃତ୍ୟୁ ଘଟିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories