ତ୍ରିପୁରାରେ ସମ୍ମାନିତ ହେଲେ ଓଡିଆ ଡାକ୍ତର

ଭୁବନେଶ୍ୱର- ତ୍ରିପୁରାରେ ଓଡ଼ିଶାର ଶିଶୁ ରୋଗ ବିଶେଷଜ୍ଞମାନଙ୍କୁ ଶିଶୁ ବିଶେଷଜ୍ଞ ଶିରୋମଣୀ ସମ୍ମାନରେ ସମ୍ମାନିତ କରାଯାଇଛି । ତ୍ରିପୁରାର ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାନିକ ଶାହ ଓଡ଼ିଶାର ଏହି ଡାକ୍ତରମାନଙ୍କୁ ସମ୍ମାନିତ କରିଛନ୍ତି । ଦେଶର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଶିଶୁ ବିଶେଷଜ୍ଞ ଶିରୋମଣୀ ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିପାଇଁ ପୂର୍ବାଞ୍ଚଳ କମିଟି ନିକଟରେ ଆବେଦନ କରିବା ପାଇଁ ପଡେ ।

ପୂର୍ବାଞ୍ଚଳରେ ଥିବା ୧୧ଟି ରାଜ୍ୟରେ ଶିଶୁମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜେପି ମିଶ୍ରଙ୍କ ସମେତ ଓଡ଼ିଶାର ଅନ୍ୟ ଶିଶୁ ରୋଗ ବିଶେଷଜ୍ଞମାନଙ୍କୁ ତ୍ରିପୁରାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଶିଶୁ ବିଶେଷଜ୍ଞ ଶିରୋମଣୀ ସମ୍ମାନ ପ୍ରଦାନ କରାଯାଇଛି ।

Comments are closed.