www.samajalive.in
Tuesday, December 9, 2025
26.1 C
Bhubaneswar

ଭୁବନେଶ୍ବରରେ ପହଞ୍ଚିଲେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆସି ରବିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ଅସୁସ୍ଥତା ଯୋଗୁଁ ସେ ହାଇଦ୍ରାବାରେ ଚିକିତ୍ସିତ ହେଉଥିଲ। ଭୁବନେଶ୍ବରରେ ପହଞ୍ଚିବାପରେ ବିଜୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟ ମହାନ୍ତିଙ୍କ ପହଞ୍ଚିବା ଖବର ପାଇବାପରେ ଶୁଭେଚ୍ଛୁଙ୍କ ଭିଡ ଦେଥିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଜୟ ମହାନ୍ତି। ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେବାକୁ ଥିବା ମେଡିକାଲର ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା। ଏଣୁ ଗତକାଲି ସନ୍ଧ୍ୟାରୁ ଭୁବନେଶ୍ବରରୁ ଏକ ଆମ୍ବୁଲାନ୍ସ ଭୁବନେଶ୍ବରୁ ହାଇଦ୍ରାବାଦ ଯାଇଥିଲା। ବିଜୟ ମହାନ୍ତି ଓଡିଶା ଫେରିବା ପାଇଁ ଚାହୁଁଥିବା ଅଭିନେତା ତଥା ବିଜେପି ନେତା ଅଖିଳ କୁମାର ପଟ୍ଟନାୟକ ଜାଣିବା ପରେ ବିଜୟ ମହାନ୍ତିଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଅଖିଳ କୁମାର ପଟ୍ଟନାୟକ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଯୋଗାଯୋଗ କରିଥିଲେ । ସାଂସଦ ଅପରାଜିତା ଷଡଙ୍ଗୀ ଓ ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବିଜୟଙ୍କ ଓଡିଶା ଫେରିବାର ବାଟ ଫେରିଥିଲା ।

- Advertisement -

 

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories