www.samajalive.in
Wednesday, December 10, 2025
15.1 C
Bhubaneswar

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ମାଓଗଡ଼ ଝିଅଙ୍କ କୃତିତ୍ୱ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଓଗଡ଼ ସାଲିମି ଗ୍ରାମର ଝିଅ ସନ୍ଧ୍ୟା ସମରଥ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ସାଲିମି ଗାଁ’ର ରାମଦେବ ସମରଥଙ୍କ ଝିଅ। ସନ୍ଧ୍ୟା ନିଜ ଅଞ୍ଚଳର ନାମ ଉଜ୍ବଳ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ସେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସାଲିମି ଗ୍ରାମରେ ସେ ପ୍ରଥମ ମହିଳା ଯିଏକି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗର ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି। ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। କ୍ୟାଟେଗୋରୀ ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆୟୂଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଞ୍ଜିତା ମହାପାତ୍ର ଦ୍ୱିତୀୟ ସ୍ଥାନରେ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories