www.samajalive.in
Monday, December 15, 2025
16.1 C
Bhubaneswar

ଦାମୀ ନମ୍ବର ପ୍ଲେଟ୍‍, ଦାମ ଜାଣିଲେ ହୋସ୍ ଉଡିଯିବ

ଗାଡିର ଗୋଟିଏ ନମ୍ବର ପ୍ଲେଟ୍‍ର ମୂଲ୍ୟ କେତେ ହୋଇପାରେ ବୋଲି ଭାବୁଛନ୍ତି! ଅବଶ୍ୟ ସୁନା, ହୀରା ଲାଗିଥିଲେ ଦାମିକା ହୋଇଥାଏ। ଏହି ନମ୍ବର ପ୍ଲେଟ୍‍ରେ ସୁନା କି ହୀରା ଲାଗିନାହିଁ, କିନ୍ତୁ ଏହାକୁ କିଣିବାକୁ ହେଲେ ୧୩୨କୋଟି ଟଙ୍କା ଦେବାକୁ ହେବ। ‘ଏଫ୍‍୧’ ଲେଖାଥିବା ଏହି କାର୍‍ ନମ୍ବର ପ୍ଲେଟ୍‍ ବିକ୍ରି ପାଇଁ ଅନ୍‍ଲାଇନରେ ଉପଲବ୍ଧ ହୋଇଛି। ବ୍ରିଟେନ ବାସିନ୍ଦା ଅଫଜଲ ଖାନ୍‍ ନିଜ ‘ଏଫ୍‍୧’ ଭ୍ୟାନିଟି ନମ୍ବର ପ୍ଲେଟ୍‍ ପାଇଁ ଅନ୍‍ଲାଇନ୍‍ରେ ବିଜ୍ଞାପନ ଦେଇଛନ୍ତି। ଏହି ନମ୍ବର ପ୍ଲେଟ୍‍ଟି ଏବେ ତାଙ୍କ ବୁଗାତି ବିରୋନ୍‍ କାର୍‍ରେ ଲାଗିଛି।

ୟୁରୋ ଷ୍ଟାଇଲ୍‍ରେ ଲିଖିତ ଏହି ନମ୍ବର ପ୍ଲେଟ୍‍ର ‘ଏଫ୍‍୧’ ଅର୍ଥ ଫର୍ମୁଲା ୱାନ୍‍। କାରସ୍କୁପ୍‍ସ ତଥ୍ୟ ଅନୁସାରେ, ଅଫଜଲ ଚଳିତ ବର୍ଷ ୧୦.୫୨କୋଟି ଟଙ୍କାରେ ଏହି ନମ୍ବର ପ୍ଲେଟ୍‍ କିଣିଥିଲେ। ତେବେ ସେ ଏତେ ଦାମୀ ନମ୍ବର ପ୍ଲେଟ୍‍ କାହିଁକି କିଣିଲେ ଜଣାପଡିନାହିଁ। ହୁଏତ ସେ ଫର୍ମୁଲା ୱାନ୍‍ ରେସିଂର ପ୍ରଶଂସକ ହୋଇପାରନ୍ତି କିମ୍ବା ନିବେଶ ଉଦ୍ଦେଶ୍ୟରେ କିଣିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ବ୍ରିଟେନର ନାଗରିକମାନେ ନିଜ ଲାଇସେନ୍ସ ପ୍ଲେଟ୍‍ର ମାଲିକ ହୋଇଥିବାରୁ ଏହାର ବିକ୍ରି କିମ୍ବା ନିଲାମ ପାଇଁ ସ୍ୱାଧୀନତା ପାଇଥାନ୍ତି। ଏହି କାରଣରୁ ସେଠାକାର ରେଜ୍‍ଟ୍ରାନ୍ସଫର୍ସ ୱେବ୍‍ସାଇଟରେ ସଂଖ୍ୟାଧିକ ନମ୍ବର ପ୍ଲେଟ୍‍ ବିକ୍ରି କିମ୍ବା ନିଲାମ ପାଇଁ ଦେଖାଯାଏ।

- Advertisement -

ୱେବ୍‍ସାଇଟର ଗ୍ରାହକମାନଙ୍କ ମଧ୍ୟରେ ଡେଭିଡ ବେକ୍‍ହାମ, ୱେନ୍‍ ରୁନି, ସାର୍‍ ଇୟାନ ବୋଥାମ ଏବଂ ବକ୍ସିଂ ତାରକା ଅମୀର ଖାନ୍‍ ପ୍ରମୁଖ ଅନ୍ତର୍ଭୁକ୍ତ। ଏବେ ‘ଏଫ୍‍୧’ ନମ୍ବର ପ୍ଲେଟ୍‍ର ମୂଲ୍ୟ ୧୧୦କୋଟି ଟଙ୍କା ରଖାଯାଇଥିବା ବେଳେ ୨୦ପ୍ରତିଶତ ଭ୍ୟାଟ୍‍ ସହ ଏହାର ମୂଲ୍ୟ ୧୩୨କୋଟି ଟଙ୍କା ହେଉଛି। ଯଦି ଏପରି ଉଚ୍ଚ ମୂଲ୍ୟରେ ଏହି ନମ୍ବର ପ୍ଲେଟ ବିକ୍ରି ହୁଏ ତେବେ ଏହା ବିଶ୍ୱର ସବୁଠାରୁ ଦାମୀ ନମ୍ବର ପ୍ଲେଟ୍‍ ହେବ। ପୂର୍ବରୁ ୨୦୦୮ ମସିହାରେ ଆରବର ବ୍ୟବସାୟୀ ସଇଦ ଅବ୍‍ଦୁଲ ଗଫୁର ଖୌରୀ ପ୍ରାୟ ୯୩କୋଟି ଟଙ୍କାରେ ଏକ ସ୍ଥାନୀୟ ନମ୍ବର ପ୍ଲେଟ୍‍ କିଣିଥିଲେ ଯାହାର ନମ୍ବର ଥିଲା ୧। ଦ୍ଭ

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories