ଏନ୍ଆରସି : ମମତାଙ୍କ ଆବେଦନ ସତ୍ତ୍ବେ ଅମିତ ନିରବ

0

କଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହିତ ବୈଠକ କରି ଏନ୍‌ଆର୍‌ସି ଲାଗୁ ନେଇ ଅନୁକୂଳ ମତ ପୋଷଣ କରିଛନ୍ତି। ‘ନବାନ୍ନ’ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ଆପାତତଃ ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ଲାଗୁ କରାଯାଉ ନାହିଁ ବୋଲି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ଆସାମରେ ଏହା ଲାଗୁ ହେବାଦ୍ବାରା ୧୯ଲକ୍ଷ ଲୋକ ଦେଶହରା ହେବାକୁ ଯାଉଛନ୍ତି, ତେଣୁ ପଶ୍ଚିମବଙ୍ଗରେ ଏହା ଲାଗୁ କରାଗଲେ ଆସାମଠୁ ଅଧିକ ଲୋକ ବିତାଡ଼ିତ ହେବାର ସମ୍ଭାବନା ରହିଛି। କିନ୍ତୁ ସାମ୍ବିଧାନିକ ଦୃଷ୍ଟିକୋଣରୁ ବଂଶ ପରମ୍ପରାକ୍ରମେ ଏହି ବ୍ୟକ୍ତିମାନେ ଭାରତରେ ରହୁଥିବାରୁ ସେମାନେ ଭାରତୀୟ ହୋଇଛନ୍ତି। ଏଭଳି ଯୁକ୍ତିକୁ ସ୍ବରାଷ୍ଟ୍ରମନ୍ତ୍ରୀ ଗ୍ରହଣ କରିବା ସଙ୍ଗେସଙ୍ଗେ ଏନ୍‌ଆର୍‌ସିର ପୁର୍ନବିବେଚନା ପାଇଁ ସବୁଜ ସଂକେତ ଦେଇଛନ୍ତି। ମୂଳତଃ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଅନ୍ୟ ରାଷ୍ଟ୍ରର ଲୋକମାନେ ପଶ୍ଚିମବଙ୍ଗକୁ ଆସି ବସବାସ କରୁଛନ୍ତି, ତେବେ ସେମାନେ ଦୀର୍ଘଦିନ ଧରି ରହିବାଦ୍ବାରା ସେମାନଙ୍କ ଦେଶ ଭାରତ ହୋଇଛି।

prayash

ସେହିପରି ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ଉପରେ ମଧ୍ୟ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ। ଏହି କ୍ଷେତ୍ରରେ ଆଇନ୍‌ ଅନୁଯାୟୀ ଯଥାଯଥ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଦର୍ଶାଇଛନ୍ତି। ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗର ନାମ ବାଂଲା କରିବା ପାଇଁ ବିଧାନସଭାରେ ଅନୁମୋଦନ ଲାଭ କରିଛି। କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ସେଥିପ୍ରତି କେନ୍ଦ୍ର ଗୁରୁତ୍ବ ଦେଇନାହିଁ। ତେଣୁ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ କାର୍ୟ୍ୟକାରୀ ନ ହୋଇ ବର୍ଷବର୍ଷ ଧରି ପଡ଼ି ରହିଛି, ସେଥି ନିମିତ୍ତ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା। ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ବିବେଚନା କରିବେ ବୋଲି ଆଶ୍ବାସନା ଦେଇଛନ୍ତି।

kalyan agarbati
Leave A Reply