ସରିଲା ଗାଁ ରାଜନୀତି, ଏବେ ସହରରେ ଖେଳ
କୋରାପୁଟ,(ବ୍ୟୁରୋ): ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ରାଜନୈତିକ ଦଳ ସମୀକ୍ଷା ମଧ୍ୟ ଆରମ୍ଭ କରିସାରିଛନ୍ତି ା ଶାସକ ବିଜେଡି ବେଶ ଉତ୍ସାହିତ ଥିବାବେଳେ କଂଗ୍ରେସ ମଧ୍ୟ ନିଜର ସ୍ଥିତି ସୁଧାରିପାରିଛି ା ତେବେ ବିଜେପି ଗୋଟିଏ ବି ଆସନ ଅକ୍ତିଆର କରିପାରି ନ ଥିବାରୁ ଦଳରେ ନିରାଶାର ଛାଇ ଢାଙ୍କି ହୋଇ ରହିଛି ା ଏଭଳି ସ୍ଥିତିରେ ଆସନ୍ତାକାଲିଠାରୁ ପୌରପାଳିକା ନିର୍ବାଚନ ପାଇଁ ଆରମ୍ଭ ହେଉଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗାଁର ଉଷ୍ମତା ଥମି ଆସୁଥିବାବେଳେ ସହରରେ ପୌର ନିର୍ବାଚନୀ ଉଷ୍ମତା ହଠାତ ବଢ଼ିଯାଇଛି ା ଏପଟେ ଦୁଇ ତିନିଦିନ ହେଲା କୋରାପୁଟ ସମେତ ପଡ଼ୋଶୀ ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲାରେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଥିବାବେଳେ ଦିନର ଗରମ ଭିତରେ ନିର୍ବାଚନୀ ଉଷ୍ମତା ରାଜନୈତିକ ନେତାଙ୍କ ଶରୀରରୁ ଝାଳ ବୁହାଇ
ଦେଇଛି ା ପ୍ରାୟ ଦୁଇମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ଗଡ଼ ରକ୍ଷା କରିବାକୁ ଲାଗିପଡ଼ିଥିବା ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପୁଣି ଏକ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି ା
ପଞ୍ଚାୟତ ନିର୍ବାଚନର ଫଳ ପୌର ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରୁଥିବାବେଳେ ବିଜେପି ଓ କଂଗ୍ରେସ ପଞ୍ଚାୟତ ନିର୍ବାଚନର କ୍ଷତି ପୌର ନିର୍ବାଚନରେ ଭରଣା କରିବାକୁ ଅଣ୍ଟା ଭିଡ଼ିଛନ୍ତି ା ଅନ୍ୟପକ୍ଷରେ ଶାସକ ବିଜେଡି ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଆୟୁଧ କରି ପୌର ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ବାନ୍ଧିଛି ା ମୋଟ ୯୨ଟି ଜିଲାପରିଷଦ ଆସନରୁ ବିଜେଡି ୬୮ଟି ଆସନ ଦଖଲ କରିଥିବାରୁ ପୌର ନିର୍ବାଚନରେ ମଧ୍ୟ ବିରୋଧୀଙ୍କୁ ଚକମା ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି ା ସେପଟେ ବିଜେପି ପଞ୍ଚାୟତ ନିର୍ବାଚନରେ ନୈରାଶ୍ୟଜନକ ସ୍ଥିତିରେ ରହି ଗୋଟିଏ ବି ଆସନ ଦଖଲ କରିପାରି ନ ଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆୟୁଧ କରି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ସହ ସହରାଞ୍ଚଳ ବାସିନ୍ଦାଙ୍କୁ ମନାଇ ପଞ୍ଚାୟତ ନିର୍ବାଚନର କ୍ଷତି ଭରଣା କରିବାକୁ ଭିତିରିଆ ଗୋଟି ଚାଳନା ଆରମ୍ଭ କରି ଦେଇଛି। ସେହିପରି ଶାସକ ଦଳର ଏଭଳି ଫଳାଫଳ ପରେ ପୌର ଟିକଟ ହାତେଇବା ପାଇଁ ଅନେକ ଆଶାବାଦୀ ହୋଇ ଉଠିଛନ୍ତି ା ଏପରିକି ଅନେକ ଆଶାୟୀ ବିଜେଡିର ଟାଣୁଆ ନେତାଙ୍କୁ ଭେଟି ଟିକଟ ପାଇଁ ଜୋରସୋର ଲବି ମଧ୍ୟ ଚଳାଇଛନ୍ତି ା ସେପଟେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ସଂଘର୍ଷର ଫଳ ପାଇଥିବାରୁ ଯେଉଁ ନେତାଙ୍କ ଉପରେ ଭରସା ଅଛି ସେମାନଙ୍କୁ ହିଁ ପୌର ନିର୍ବାଚନରେ ଟିକଟ ଦେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଛି ା ଅନ୍ୟପକ୍ଷରେ ଅନେକ ଯୁବପିଢ଼ି ଏହି ତିନି ଦଳର ସାହାରା ନ ନେଇ ସ୍ବାଧୀନ ଭାବେ ପୌର ଗଡ଼ ଦଖଲ କରିବାକୁ ପ୍ରୟାସ ଅରମ୍ଭ କରି ଦେଇଛନ୍ତି। ସହରର ଗଳି କନ୍ଦିରେ ଏବେ ପୌର ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ସକାଳ ପାଇବା ମାତ୍ରେ ଚା’ ଖଟି, ଜଳଖିଆ ଟେବୁଲରେ ପୌର ପଦ ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଚଳିତ ପୌର ନିର୍ବାଚନ ବେଶ ରୋଚକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ା
Comments are closed.