www.samajalive.in
Saturday, December 6, 2025
26.1 C
Bhubaneswar

ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହଙ୍କୁ ନୋଟିସ୍‌

କଟକ: ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ମାମଲାର ଶୁଣାଣି କରି ପ୍ରତିପକ୍ଷ ଭାଜପା ବିଧାୟକ ବାବୁ ସିଂହଙ୍କୁ ନୋଟିସ୍‌‌ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ଆବେଦନକୁ ନେଇ ଜବାବ ଦାଖଲ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

ଏକାମ୍ର ନିର୍ବାଚନମଣ୍ଡଳୀର ପରାଜିତ ପ୍ରାର୍ଥୀ ଅଶୋକ ପଣ୍ଡା ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳିରୁ ଜିତିଥିବା ଭାଜପା ବିଧାୟକ ବାବୁ ସିଂ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଭୁଲ୍‌‌ ତଥ୍ୟ ପ୍ରଦାନ କରିଛନ୍ତି। ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବାକୁ ଶ୍ରୀ ପଣ୍ଡା ଆବେଦନରେ ପ୍ରାର୍ଥନା କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories