www.samajalive.in
Tuesday, December 9, 2025
26.1 C
Bhubaneswar

ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହଙ୍କୁ ନୋଟିସ୍‌

କଟକ: ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ମାମଲାର ଶୁଣାଣି କରି ପ୍ରତିପକ୍ଷ ଭାଜପା ବିଧାୟକ ବାବୁ ସିଂହଙ୍କୁ ନୋଟିସ୍‌‌ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ଆବେଦନକୁ ନେଇ ଜବାବ ଦାଖଲ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

ଏକାମ୍ର ନିର୍ବାଚନମଣ୍ଡଳୀର ପରାଜିତ ପ୍ରାର୍ଥୀ ଅଶୋକ ପଣ୍ଡା ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳିରୁ ଜିତିଥିବା ଭାଜପା ବିଧାୟକ ବାବୁ ସିଂ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଭୁଲ୍‌‌ ତଥ୍ୟ ପ୍ରଦାନ କରିଛନ୍ତି। ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବାକୁ ଶ୍ରୀ ପଣ୍ଡା ଆବେଦନରେ ପ୍ରାର୍ଥନା କରିଛନ୍ତି।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories