ବିମୁଦ୍ରାକରଣ ପରେ ନଗଦ କାରବାର ବଢ଼ିଛି

0

ନୂଆଦିଲ୍ଲୀ: ୨୦୧୬, ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ଘୋଷଣା ପରେ ନଗଦ ନିଅଣ୍ଟ ସମସ୍ୟା ଉତ୍କଟ ହୋଇଥିଲା। ଏହି ମୌକାରେ ଲୋକଙ୍କ ମଧ୍ୟରେ ଡିଜିଟାଲ୍‍ ପେମେଣ୍ଟ ବା ଅଣନଗଦ କାରବାରରେ ଲୋକଙ୍କୁ ଅଭ୍ୟସ୍ତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ସଫଳ ହୋଇ ନଥିବା ବିଶେଷଜ୍ଞମାନେ କହିଛନ୍ତି। ଆରବିଆଇର ତଥ୍ୟରୁ ମଧ୍ୟ ସମାନ ସୂଚନା ମିଳୁଛି।
ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ, ବିମୁଦ୍ରାକରଣ ସମୟ ତୁଳନାରେ ଏବେ ଲୋକଙ୍କ ହାତରେ ନଗଦ ପରିମାଣ ଦୁଇ ଗୁଣ ବଢ଼ିଛି। ୨୦୧୬ ନଭେମ୍ବର ମାସରେ ବଜାରରେ ୭.୮ ଲକ୍ଷ କୋଟି ଟଙ୍କାର ନଗଦ ଥିବା ବେଳେ ଗତ ଜୁନ୍‍ ୧ ତାରିଖ ସୁଦ୍ଧା ତାହା ୧୮.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଆରବିଆଇ ସେତେବେଳେ ୮.୯ ଲକ୍ଷ କୋଟି ଟଙ୍କାର ନୋଟ୍‍ ବଜାରକୁ ଛାଡ଼ିଥିବା ବେଳେ ଏବେ ୧୯.୩ ଲକ୍ଷ କୋଟି ଟଙ୍କାର ନୋଟ୍‍ ବଜାରକୁ ଛାଡ଼ିଛି। ଗତ ଦୁଇ ମାସ ତଳେ ଦେଶରେ ପୁଣି ଥରେ ନୋଟ୍‍ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ପରେ ଲୋକମାନେ ଅଧିକରୁ ଅଧିକ ପରିମାଣର ନୋଟ୍‍ ନିଜ ପାଖରେ ମହଜୁଦ୍‍ ରଖିଥିବାରୁ ବଜାରରେ ନଗଦ ପରିମାଣ ବଢ଼ିଛି ବୋଲି ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି।

Leave A Reply