www.samajalive.in
Sunday, December 7, 2025
26.1 C
Bhubaneswar

୬୦୦ରୁ ଉର୍ଦ୍ଧ୍ବ ଭୋଟରଙ୍କ ଭୋଟ୍‌ ବର୍ଜନ

ଭୁବନେଶ୍ବର : ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାରଣ ଦର୍ଶାଇ ଭୋଟରମାନେ ଭୋଟ ବର୍ଜନ କରିଛନ୍ତି । ବଲାଙ୍ଗୀର ଜିଲାର ୩ଟି ଗ୍ରାମର ଗ୍ରାମବାସୀ ଭୋଟ ବର୍ଜନ କରି ଥିବା ଜଣାପଡିଛି । ପୁଲିଂ ବୁଥ ଦୂରରେ ହୋଇଥିବାରୁ ଭୋଟ ନଦେବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଆଗଲପୁର, ପଇଁତଳା ବ୍ଳକରେ ଭୋଟରମାନେ ଭୋଟ ଦେଇନାହାନ୍ତି । ଭଇଁଷାପାଲ୍ଲିରେ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ବାନିପାଳି ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଛନ୍ତି । ବବଜା ଗାଁରେ ଥିବା ପୁଲିଂ ବୁଥ ଉଠିଯିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରି ଭୋଟ ବର୍ଜନ କରିଛନ୍ତି । ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଭୋଟର ଭୋଟ ଦେଇନଥିବା ଜଣାପଡିଛି ।

ସେହିପରି ନୟାଗଡ଼ ଜିଲାର ଦଶପଲ୍ଲା ଅନ୍ତର୍ଗତ ଦୁଇଟି ପଞ୍ଚାୟତର ପ୍ରାୟ ୧୪ଟି ଗାଁର ମତଦାତାମାନେ ମତଦାନ ସାବ୍ୟସ୍ତ କରିନାହାଁନ୍ତି । ମୌଳିକ ସୁବିଧା ନ ମିଳିବାରୁ ସେମାନେ ଭୋଟ୍‌ ବର୍ଜନ କରିଥିବା ଜଣାପଡିଛି । ଗାଁକୁ ରାସ୍ତା ଓ ବ୍ରିଜ୍‌ ନଥିବା ପ୍ରତିବାଦରେ ଢିପମାଳ ଓ ଗୁମି ପଞ୍ଚାୟତର ଭୋଟରମାନେ ଆନ୍ଦୋଳନ କରିବା ସହ ଭୋଟ ବର୍ଜନ କରିଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories