ଦୁନିଆରେ ଅନେକ ସ୍ଥାନ ଅଛି ଯାହା ଆଜି ବି ରହସ୍ୟମୟ ହୋଇ ରହିଛି। ଏହି ରହସ୍ୟମୟ ପଛରେ ମଧ୍ୟ ଜଡିତ ଥାଏ ଅନେକ ଭୟଙ୍କର କାହାଣୀ। ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଲୋକମାନେ ୧୦୦ ବର୍ଷ ପୂର୍ବେ ଏହି ସ୍ଥାନରେ ରହୁଥିଲେ, କିନ୍ତୁ ପରେ ଘଟିଥିବା ଏକ ଘଟଣା ହେତୁ କେହି ସେଠାକୁ ଯାଆନ୍ତି ନାହିଁ । ଏପରିକି ପଶୁମାନଙ୍କୁ ମଧ୍ୟ ସେହି ସ୍ଥାନକୁ ଯିବାକୁ ବାରଣ କରାଯାଇଛି।

ଏହି ସ୍ଥାନ ଫ୍ରାନ୍ସର ଉତ୍ତର-ପୂର୍ବ ଅଞ୍ଚଳରେ ଅବସ୍ଥିତ। ଲୋକମାନେ ଏଠାକୁ ନ ଆସିବା ପଛରେ ଏକ ବିପଦ ଜନକ କାହାଣୀ ଅଛି, ଯାହା ଆଶ୍ଚର୍ଯ୍ୟ ଜନକ ଅଟେ। ଏହି ସ୍ଥାନର ନାମ ହେଉଛି ‘ଜୋନ୍ ରୋଗ’। ଏହା ଏତେ ବିପଦ ଜନକ ଯେ, ଏଠାରେ ’ଡେଞ୍ଜର ଜୋନ୍’ ବୋର୍ଡଗୁଡ଼ିକ ଲଗାଯାଇଛି। ଏହି ସ୍ଥାନକୁ ଫ୍ରାନ୍ସର ଅବଶିଷ୍ଟାଂଶଠାରୁ ଅଲଗା ରଖାଯାଇଛି, ଯାହାଦ୍ୱାରା କେହି ଏଠାକୁ ଆସିପାରିବେ ନାହିଁ ।

ଏହି ସ୍ଥାନଟି ’ରେଡ୍ ଜୋନ୍’ ଭାବରେ ମଧ୍ୟ ଜଣାଶୁଣା। ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ କୁହାଯାଏ ଯେ ଏହି ଅଞ୍ଚଳରେ ସମୁଦାୟ ନଅଟି ଗାଁ ଥିଲା, ଯେଉଁଠାରେ ଲୋକମାନେ ଚାଷ କରି ରହୁଥିଲେ। କିନ୍ତୁ ବିଶ୍ୱଯୁଦ୍ଧ ସମୟରେ ଏହି ସ୍ଥାନ ଉପରେ ଏତେ ସଂଖ୍ୟକ ବୋମା ପଡିଥିଲା ଯେ ସମଗ୍ର ଅଞ୍ଚଳ ଧ୍ୱଂସ ହୋଇଯାଇଥିଲା, ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହି ସ୍ଥାନଟି ରହିବା ଅଯୋଗ୍ୟ ହୋଇଯାଇଥିଲା।

କୁହାଯାଏ ଯେ, ବହୁ ପରିମାଣରେ ରାସାୟନିକ ଯୁଦ୍ଧ ସାମଗ୍ରୀ ଏହି ଅଞ୍ଚଳରେ ବ୍ୟାପିଛି, ଯେଉଁ କାରଣରୁ ଏଠାରେ ଜମି ବିଷାକ୍ତ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଏଠାରେ ଥିବା ପାଣିରେ ଜୀବନ ପ୍ରତି ବିପଦ ଥିବା ଉପାଦାନ ମଧ୍ୟ ଦେଖିବାକୁ ମିଳେ। ଯେହେତୁ ଏହି କ୍ଷେତ୍ର ବହୁତ ବଡ ଏବଂ ସମଗ୍ର ଜମି ଏବଂ ଜଳକୁ ରାସାୟନିକ ମୁକ୍ତ କରିବା ସମ୍ଭବ ନୁହେଁ, ତେଣୁ ଫ୍ରାନ୍ସ ସରକାର ଏଠାରେ ଲୋକଙ୍କ ଆଗମନକୁ ବାରଣ କରିଛନ୍ତି।

୨୦୦୪ ମସିହାରେ ଏଠାରେ ମାଟି ଓ ଜଳ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଆର୍ସେନିକ୍ ବହୁ ପରିମାଣରେ ମିଳିଥିଲା। ଆର୍ସେନିକ୍ ହେଉଛି ଏକ ବିଷାକ୍ତ ପଦାର୍ଥ, ଯଦି ଭୁଲ୍ ପରିମାଣରେ ଅଳ୍ପ ପରିମାଣରେ ମନୁଷ୍ୟର ପାଟି ଭିତରକୁ ଯାଏ, କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇପରେ।



