ସରଳ ଉପାୟ ଆଣିଦିଏ ଶୁଭଫଳ : ଖାଦ୍ୟ ଥାଳିରେ କଦାପି ଭାତ ଛାଡନ୍ତୁ ନାହିଁ

ମା’ଲକ୍ଷ୍ମୀ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ରହିବା ଦ୍ୱାରା ଘରେ ସୁଖଶାନ୍ତି ଓ ଧନସମ୍ପତ୍ତିର ସର୍ବଦା ଆଗମନ ହୋଇଥାଏ। ମାତ୍ର ଏପରି କେତେକ କାର୍ଯ୍ୟ ରହିଛି ଯାହାକୁ ସନ୍ଧ୍ୟା ସମୟରେ କରିବା ଅନୁଚିତ….
– ସନ୍ଧ୍ୟା ସମୟରେ ଅନ୍ୟ କାହାକୁ ମଧ୍ୟ ଖିର କିମ୍ବା ଦହି ଦାନରେ ଦିଅନ୍ତୁ ନାହିଁ। ମାତ୍ର ଦୋକାନରୁ କିଣି ଘରକୁ ଆଣିପାରିବେ। ସନ୍ଧ୍ୟା ସମୟରେ ଖିର କିମ୍ବା ଦହି ଦାନ ଦେବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
– ସୂର୍ଯ୍ୟ ଅସ୍ତ ପୂର୍ବରୁ ଝାଡ଼ୁ କରନ୍ତୁ। ସନ୍ଧ୍ୟା ପୂର୍ବରୁ ଘରକୁ ସଫା ରଖନ୍ତୁ। ଘରର ମୁଖ୍ୟ ଦ୍ୱାରକୁ ସଫା କରନ୍ତୁ।
– ରାତିରେ ରୋଷେଇ ଘରକୁ ଭଲ ଭାବେ ସଫା କରି ରଖନ୍ତୁ। ରାତିରେ ଅଇଁଠା ବାସନକୁ ଧୋଇ ଦିଅନ୍ତୁ। ଅଇଁଠା ବାସନ ସକାଳ ଯାଏଁ ରଖନ୍ତୁ ନାହିଁ।
– ଖାଦ୍ୟ ଥାଳିରେ ଭାତ କଦାପି ଛାଡନ୍ତୁ ନାହିଁ।
– ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ନାହିଁ ସେଠାରେ ମଧ୍ୟ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ମହିଳାଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ। ସନ୍ଧ୍ୟା ସମୟରେ ମା’ଲକ୍ଷ୍ମୀଙ୍କ ନିକଟରେ ମିଠା ଭୋଗ ଅର୍ପଣ କରନ୍ତୁ।

Comments are closed.