www.samajalive.in
Monday, December 8, 2025
14.1 C
Bhubaneswar

ଅନଲାଇନ ଶିକ୍ଷାଦାନର ବିକଳ ଚିତ୍ର …. ଶହେଫୁଟ ଉଚ୍ଚ ପାଣିଟାଙ୍କି ଉପରେ ପିଲାଙ୍କ ଅସୁରକ୍ଷିତ ପାଠପଢା

ହରଭଙ୍ଗା : ବୈଶ୍ୱିକ ମହାମାରୀ କୋରୋନା ଯୋଗୁଁ ବହୁମାତ୍ରାରେ ପ୍ରଭାବିତ ହୋଇଛି ପାଠପଢା। ଦୀର୍ଘ ୭ମାସ ହେଲା ସ୍କୁଲ, କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରିଲାଗିବା ଫଳରେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏକପ୍ରକାର ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ଏକ କଠିନ ପରିସ୍ଥିତିରେ ସରକାର ଅନଲାଇନ୍ ଶିକ୍ଷାଦାନ ଉପରେ ଆଶା ଭରସା ଦେଖାଇଛନ୍ତି। ମାତ୍ର ରାଜ୍ୟରେ ଅନେକ ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ଭିତିଭୂମି ଅଭାବରୁ ସରକାରଙ୍କ ଅନଲାଇନ ପାଠପଢା ଉପରେ ବଡଧରଣର ବ୍ୟତିକ୍ରମ ସୃଷ୍ଟିହୋଇଛି। ଯାହାର ଫଳ ସ୍ୱରୂପ ପିଲାଏ ମୋବାଇଲ ନେଟୱାର୍କ ଅସୁବିଧାରୁ କେଉଁଠି ପାହାଡ ଉପରେ ଆଉ କେଉଁଠି ଗଛ ଉପରେ ବସି ଅନଲାଇନ ପାଠପଢୁଥିବା ଭଳି ବିକଳ ଚିତ୍ର ଘଟଣାର ବାସ୍ତବତାକୁ ପଦାରେ ପକାଇଛି।

ଏଭଳି ପରିସ୍ଥିତିରେ ମୋବାଇଲ ନେଟୱାର୍କ ଅସୁବିଧାରୁ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନୁସୂଚିତ ଜାତି/ଜନଜାତି ବହୁଳ ଆଡେଣିଗଡ ଗ୍ରାମର ପିଲାଏ ଗାଁ ମନ୍ଦିର ନିକଟରେ ଥିବା ଶହେଫୁଟ ଉଚ୍ଚ ପାଣିଟାଙ୍କି ଉପରେ ବସି ଜୀବନକୁ ବାଜିଲଗାଇ ପାଠପଢିବା ଭଳି ଆଉ ଏକ ଅଭାବନୀୟ ଚିତ୍ର ନଜରକୁ ଆସିଛି। ପ୍ରକାଶ ଯେ ଜଙ୍ଗଲ ପାହାଡଘେରା ଆଡେଣିଗଡରେ ଏକ ବିଏସଏନଏଲ ଟାୱାର ରହିଛି। ମାତ୍ର ସବୁବେଳେ ଗାଁରେ ମୋବାଇଲ ନେଟୱାର୍କରେ ସମସ୍ୟା ଦେଖାଦେଉଛି। ବିଦ୍ୟୁତ୍‍ କଟିଗଲେ କେତେବେଳେ ନେଟୱାର୍କ ପଳାଉଛି ତ ଆଉ କେତେବେଳେ ୨-ଜି ନେଟୱାର୍କ ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଯାହାଫଳରେ ଏଠାକାର ଛାତ୍ରଛାତ୍ରୀ ଅନ୍ୟ ନେଟୱାର୍କ ପାଇଁ ପାଣିଟାଙ୍କି ଉପରେ ବସି ସବୁଦିନେ ଅନଲାଇନ ପାଠପଢୁଥିବା ଦେଖିବାକୁ ମିଳୁଛି। ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଭାବେ ପିଲାଏ ପାଠପଢୁଥିବା ଭଳି ଏକ ଅଭାବନୀୟ ଚିତ୍ର ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେବାକୁ ଦାବୀଉଠୁଛି।ତୁରନ୍ତ ଗାଁରେ ନିରବିଛିନ୍ନଭାବେ ବି.ଏସ.ଏନ.ଏଲ ସେବା ଯୋଗାଇଦେବାକୁ ଅଭିଭାବକ ମହଲରୁ ଦାବି କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories