www.samajalive.in
Tuesday, December 9, 2025
16.1 C
Bhubaneswar

ଆତଙ୍କବାଦ ଓ ଦେଶ ସୁରକ୍ଷା ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବୁଧବାର ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଆତଙ୍କବାଦ ବିରୋଧରେ ଏହା ଭାରତର ବଡ଼ ବିଜୟ। ଦୀର୍ଘ ଦିନ ହେବ ଭାରତ ଏହି ପ୍ରଚେଷ୍ଟାରେ ଥିଲା। ଭାରତର ପ୍ରଚେଷ୍ଟା ସଫଳ ହେବା ପରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ରବୀଶ କୁମାର କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗ ଏବଂ ଦେଶର ସୁରକ୍ଷା ସମ୍ପର୍କିତ ମାମଲାରେ ଆମେ କୌଣସି ଦେଶ ସହ ସାଲିସ୍‍ କରିବୁନାହିଁ। ଚୀନ ନିଜ ଆଭିମୁଖ୍ୟର ପରିବର୍ତ୍ତନର କାରଣ ଦର୍ଶାଇସାରିଛି। ଏହା ଭାରତର ଏକ ବଡ଼ କୂଟନୈତିକ ବିଜୟ। ତେବେ ପାକିସ୍ତାନକୁ ଦିଆଯାଇଥିବା ଏହି ଝଟକାରୁ ଧ୍ୟାନ ହଟାଇବା ପାଇଁ ଭିନ୍ନ ତତ୍ତ୍ୱ ଅଣାଯାଉଛି। ଏହା ଉପରୁ ଦୃଷ୍ଟି ହଟାଇବା ପାଇଁ ସେମାନେ ଭିନ୍ନ ଭିନ୍ନ ସମସ୍ୟାକୁ ସାମ୍ନାକୁ ଆଣୁଛନ୍ତି। କିନ୍ତୁ ଏହି କୂଟନୈତିକ ବିଜୟକୁ ଫିକା କରିବାରେ କେହି ସଫଳ ହେବେ ନାହିଁ।
ଉଲ୍ଳେଖଯୋଗ୍ୟ ଯେ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ଦୀର୍ଘ ଦିନ ହେବ ପ୍ରଚେଷ୍ଟା ଚଳାଇଥିଲା। ଏହି ପ୍ରୟାସରେ ଭାରତକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ମଧ୍ୟରୁ ୪ ସଦସ୍ୟଙ୍କ ସମର୍ଥନ ମିଳିଥିଲା। କେବଳ ଚୀନ ଏହି ପଥରେ ବାଧକ ସାଜୁଥିଲା। ବାରମ୍ବାର ନିଜ ଭିଟୋ ଶକ୍ତିର ବ୍ୟବହାର କରି ଚୀନ ଭାରତର ପ୍ରସ୍ତାବକୁ ଅଟକାଇ ଦେଉଥିଲା। ତେବେ ଭାରତର କୂଟନୈତିକ ଚାପରେ ଚୀନ ନିଜ ଭିଟୋ ପ୍ରତ୍ୟାହାର କରିନେବା ପରେ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories