www.samajalive.in
Sunday, December 7, 2025
23.1 C
Bhubaneswar

ଆଦିବାସୀ ଗ୍ରାମକୁ ଛୁଇଁପାରିନି କରୋନା: ସଚେତନତାର ଅଭାବ, ପାଦ ପଡିନି ପ୍ରଶାସନର 

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାରେ ସାଧାରଣତଃ ୮୦ ଭାଗ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର । ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ ମୋହନା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ପାହାଡ଼ ପର୍ବତ ଘେରା ସବୁଜ ବନାନୀରେ ପରିପୂର୍ଣ୍ଣ ଏହି ବ୍ଳକର ବହୁ ଦୁର୍ଗମ ଗ୍ରାମରେ ଆଦିବାସୀ ପରିବାରଗୁଡିକ ବହୁବର୍ଷ ଧରି ବସବାସ କରିଆସୁଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସତେ ଯେମିତି ସାତସପନ। ମୋହନା ବ୍ଳକ ଅନ୍ତର୍ଗତ କରଚବାଡ଼ି ପଞ୍ଚାୟତର ହାଲ୍ଲା ଗାଡି, ଗୁଡ଼ି ସାହି ଓ ଲୁଣ୍ଡୁରୁଦୁଆ ଏଭଳି କେତୋଟି ଗ୍ରାମ ରହିଛି ଯେଉଁମାନେ କି କରୋନା କଣ ଜାଣନ୍ତି ନାହିଁ। କରୋନା ସମୟରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଏହି ଗ୍ରାମଗୁଡିକରେ ପଡିନାହିଁ। ଏଭଳିକି ଅଙ୍ଗନାବାଡି କର୍ମି, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏହି ଗ୍ରାମଗୁଡ଼ିକୁ କରୋନା ସମୟରେ ଆସି ନାହାନ୍ତି କି ସଚେତନ ମଧ୍ୟ କରି ନଥିବା ଗ୍ରାମର ରମେଶ ନାୟକ, ଦିଲ୍ଲୀପ ନାୟକ, ସୁମିତ୍ରା ମିଳିଜ, ଶୁସିଳା ମଳିକ, ନରେନ୍ଦ୍ର ମଳିକ, ରବିନ୍ଦ୍ର ମଳିକ, ଅଳେଇଚ ମଳିକ, ରୀତା ମଳିକ, ବାସନ୍ତି ମଳିକ, ପରମଳିକ, ପବିତ୍ର ମଳିକ, ନାକି ମଳିକ, ଯମୁନା ମଳିକ ପ୍ରମୁଖ କହିଛନ୍ତି। ସେମାନେ ଜାଣନ୍ତି ନାହିଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜରର ବ୍ୟବହାର। କିନ୍ତୁ ଅପରପକ୍ଷେ ବ୍ଳକ ପ୍ରସାଶନ ପକ୍ଷରୁ ସୂଚନା ଦିଆଯାଉଛି ସମସ୍ତ ଗ୍ରାମର ଲୋକଙ୍କୁ ସଚେତନ କରାଯାଉଛି ଏବଂ ସ୍ଵାସ୍ଥ୍ୟ ପରିକ୍ଷା ମଧ୍ୟ କରାଯାଉଛି। ଏଣୁ ଏଠିକାର ଲୋକଙ୍କୁ ସଚେତନ କରିବା ନିହାତି ଆବଶ୍ୟକ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories