ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ବିଜେପିର ପରାଜୟ ପରେ କେନ୍ଦ୍ରର ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଉପରେ ଚାପ ବୃଦ୍ଧିପାଇଛି। ୱାଇଏସଆର କଂଗ୍ରେସ ଗୁରୁବାର ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ନୋଟିସ ଜାରି କରିଛି। ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ହେଲେ ଅତିକମ୍‌ରେ ୫୦ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଲୋକସଭାରେ ୱାଇଏସଆର କଂଗ୍ରେସର ୯ଜଣ ସଦସ୍ୟ ଅଛନ୍ତି। ଅନ୍ୟପଟେ ସରକାରଙ୍କ ବିରୋଧରେ ଅନାସ୍ଥା ଆଗତ ହେଲେ ଟିଡିପି ଏହାକୁ ସମର୍ଥନ କରିବ କି ନାହିଁ ସେ ନେଇ ସଭାପତି ତଥା ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ସନ୍ଧ୍ୟାରେ ସଂସଦୀୟ ଦଳ ବୈଠକ ଡକାଇଛନ୍ତି।

Leave A Reply